April 27, 2026

ଅନ୍ନପ୍ରାଶନ୍ନ ଅବସର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ……..

IMG-20251027-WA0047
Share

 

ତା-୨୭-୧୦-୨୦୨୫ରିଖ (ସୋମ ବାର)

ବରଗଡ଼ ବ୍ଲକ ଅନ୍ତର୍ଗତ ଗାଈସୀମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିପାଲି ଗ୍ରାମ ଭାରତୀ ବାରିକ ଓ ଧର୍ମେନ୍ଦ୍ର ବାରିକ ଙ୍କ ସୂପୁତ୍ର ଡିଲେଶ୍ୱର ର ଶୁଭ ଅନ୍ନପ୍ରାଶନ୍ନ ଅବସର ରେ ବାରିକ ପରିବାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଭାରତୀ ବାରିକ ଓ ଧର୍ମେନ୍ଦ୍ର ବାରିକ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ମାଲିପାଲି ଗ୍ରାମବାସୀ ବାରିକ ପରିବାର ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ଏହି ଶିବିର ର ସୁପରିଚାଳନା କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ବାରିକ ପରିବାର କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ସହଯୋଗୀ, ଶୁଭେଛୁ, ବାରିକ ପରିବାର ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।