ଉଦଯାପିତ ହେଲା ଗାନ୍ଧିଜୀ ସାମାଜିକ ସଂଗଠନ ଟ୍ରଷ୍ଟ ର ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ଉତ୍ସବ


ଅକ୍ଟୋବର ୨୫ ଏବଂ ୨୬ ଦୁଇଦିନ ଧରି ଗାନ୍ଧିଜୀ ସାମାଜିକ ସଂଗଠନ ଟ୍ରଷ୍ଟ ର ଶ୍ରୀକ୍ଷେତ୍ର ସାମାଜିକ ସଂଗଠନ ଟ୍ରଷ୍ଟ ପକ୍ଷରୁ ଦୁଇଦିନ ଧରି ମହାଡ଼ମ୍ବରରେ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧକ୍ଷତାରେ ପ୍ରଥମ ଦିନ ଅତିଥିଭାବେ ପୁରୀ ସଦର ବିଧାୟକ, ସୁନୀଲ ମହାନ୍ତି, ସମାଜସେବୀ ଚକ୍ରଧର ମହାପାତ୍ର, ନାରୀନେତ୍ରୀ ପୁଷ୍ପାଞ୍ଜଳି ରଣା, ଆଡଭୋକେଟ ବିଶ୍ୱନାଥ ଦାସ, ନିଡ଼ ଆଣ୍ଡ ହେଲ୍ପ ଫାଉଣ୍ଡେସନ ର ଅଧକ୍ଷା ପ୍ରିୟାଂଶି ଦାସ, ପୁରୀଜିଲ୍ଲା କିନ୍ନର ସଂଘର ମା ଦେବକୀ ମା, ଉପଦେଷ୍ଟା ସମସ୍ତଙ୍କ ପ୍ରିୟ ନାଲିଆ ଭାଇ,ସମ୍ପାଦିକା ସସ୍ମିତା ଶତପଥୀ, ଯୁବନେତା ଦେବାଶିଷ ଦଇତାପତି, ସାମ୍ବାଦିକ ରମେଶ ସାହୁଙ୍କ ସହିତ ପୁରୀ ସହରର ବିଶିଷ୍ଟ ବ୍ୟକ୍ତତ୍ତ୍ୱ ମାନେ ମଞ୍ଚାସିନ ହୋଇ ପ୍ରଥମେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଅତିଥିମାନେ ଗାନ୍ଧିଜୀ ସାମାଜିକ ସଂଗଠନ ଟ୍ରଷ୍ଟ ର ରାଜ୍ୟ ସାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ନିଜର ଅଭିଭାଷଣ ରଖିଥିଲେ l ପରେପରେ ନିଡ଼ ଆଣ୍ଡ ହେଲ୍ପ ସଦସ୍ୟା ମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା l ପରେପରେ ନାଟକ ଧନ ନେଇଗଲା ମନକୁ ମୋର ପରିବେଷଣ କରାଯାଇଥିଲା l ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଆଡଭୋକେଟ ପ୍ରଧାନ ଧିରେନ ରାୟ, ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମାଜସେବୀ ଚକ୍ରଧର ମହାପାତ୍ର, ପ୍ରିୟାଂଶି ଦାସ, ନାଲିଆ ଭାଇ, ସସ୍ମିତା ଶତପଥୀଙ୍କ ସହିତ ପୁରୀ ସହରର ବିଭିନ୍ନ ନେତା ରାଜନେତା ସମାଜସେବୀ ମଞ୍ଚାସିନ ହୋଇ ଅନୁଷ୍ଠାନ ର ଗୁଣଗାନ କରିଥିଲେ l ପରେପରେ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କରାଯାଇଥିଲା l ସର୍ବଶେଷରେ ନାଟକ ଅନୁତାପ ପରିବେଷଣ କରାଯାଇଥିଲା l ଦୁଇଦିନ କାର୍ଯ୍ୟକ୍ରମ ର ସଫଳତା ର ଶ୍ରେୟ ସସ୍ମିତା ଶତପଥୀ, ଗାୟତ୍ରୀ ଜେନା, ପ୍ରମୋଦ ପରିଡା, ଲକ୍ଷ୍ମୀପ୍ରିୟା ଦେ, ପ୍ରିୟାଂଶି ଦାସ ଙ୍କ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ପ୍ରଦାନ କରିଥିଲେ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଲେଙ୍କା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
