April 27, 2026
ajiro khabar
Share

 

 

ଓଡିଶା ମୁହାଁ ହୋଇ ଆସୁଛି ବାତ୍ୟା ‘ମନ୍ଥା’। ଦକ୍ଷିଣ ଜିଲ୍ଲା ଗୁଡିକରେ ଅଧିକ ପ୍ରଭାବ। ୮ ଜିଲାରେ ୧୨୮ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ମୁତୟନ।

 

ବାତ୍ୟା ପାଇଁ ୮ ଜିଲ୍ଲାରେ ୨୮ ଓ ୨୯ ଦୁଇ ଦିନ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ।

 

କଟକ ମୁଣ୍ଡଳିରୁ ଆନ୍ଧ୍ରପ୍ରଦେଶ ଗଲେ ଏନଡିଆରଏଫ ର ତିନୋଟି ଟିମ୍।

 

ସମୁଦ୍ର ଓ ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ। ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳ ଉପରେ କଟକଣା।

 

ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଆଜିଠୁ ୱାର୍ଣ୍ଣିଂ ଜାରି।

 

ଓଡ଼ିଶା ଗସ୍ତରେ ଆସିବେ ଜାତୀୟ ଓବିସି କମିଶନ, ୨୯ ତାରିଖରେ ହେବ ଅଭିଯୋଗ ଶୁଣାଣି।

 

ଦେବଦାସ ଛୋଟରାୟ ପାଇଲେ ୪୬ତମ ଶାରଳା ପୁରସ୍କାର । ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ ।

 

ଅଧିକାଂଶ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ, ସରକାରୀ ନିୟମ ରହିଥିଲେ ବି କେହି ମାନୁନାହାନ୍ତି।

 

ଆସନ୍ତା ୨୯ରେ ପ୍ରଦୂଷଣ ବୋର୍ଡ ଆଗରେ ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ ତରଫରୁ ଆମରଣ ଅନଶନ। କ୍ଷମତାକୁ ଆସିଲେ ଛଅ ମାସରେ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ ବିଜେପି

 

ସୁନ୍ଦରଗଡ ଜିଲ୍ଲା କନ୍ଦରକେଲା ଗ୍ରାମପଂଚାୟତର ସରପଂଚ ଋଣ କରି ଲୁଟିନେଲେ ୨କୋଟିରୁ ଅଧିକ, ଟଙ୍କା ଫେରସ୍ତ ପାଇଁ ମହିଳାଙ୍କ ଦୂଆରେ ବ୍ୟାଙ୍କ ବସିଛି।

 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି, ପ୍ରମୋଦଙ୍କ ଶବ ଛୁଇଁଲେନି ସଂପର୍କୀୟ

 

କୋରାପୁଟ ଜୟପୁର ଅଞ୍ଚଳରେ ବୁଲିବୁଲି ଖୋଲାଖୋଲି ଗୋମାଂସ ବିକିବା ସମୟରେ ବୃଦ୍ଧଙ୍କୁ ଧରିଲେ କିଛି ଲୋକ

 

ଭଦ୍ରକ ଧାମନଗର ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରୁ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ

 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ୪ ଲକ୍ଷ ୧୫ ଶହ ଟଙ୍କାର ଜାଲ ନୋଟ୍‌ ଜବତ। ତିନିଜଣ ଗିରଫ

 

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ସାନ ଭାଇକୁ କଚାଡ଼ି ମାରିଲା ବଡ଼ ଭାଇ, କାରଣ ଅସ୍ପଷ୍ଟ।

 

ବାଲେଶ୍ଵର ସୋରରେ ଅପରାଧୀ ସକ୍ରିୟ। ଶେଖ ଆଲ୍ଲାଉଦ୍ଦିନଙ୍କ ଘରେ ପଶି, ହାତଗୋଡ଼ ବାନ୍ଧି ଲୁଟିନେଲେ ୫ ଲକ୍ଷର ଗହଣା

 

ଗଜପତି ଜିଲ୍ଲା କାଶୀନଗର ବ୍ଳକରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଭାର କରି ରୋଗୀଙ୍କୁ ବୋହିନେଲେ ସମ୍ପର୍କୀୟ

 

ଗଞ୍ଜାମ ଜିଲା ଚିକିଟି ପେଣ୍ଠ ବସଷ୍ଟାଣ୍ଡ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ଆହତ

 

ଭାରତୀୟ କନିଷ୍ଠ ଫୁଟବଲ ଟିମରେ ଓଡ଼ିଶାର ଖେଳାଳି ପ୍ରସଞ୍ଜିତ ବାଡା ଜର୍ମାନ ଯିବେ। ଘର ସୁନ୍ଦରଗଡ ଜିଲ୍ଲା ରଜାବସା ଗ୍ରାମ

 

ଗୋଆରେ ଅନୁଷ୍ଠିତ ଜାତୀୟ ସେପକ୍-ଟାକ୍ର ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ଡବଲ ଇଭେଣ୍ଟରେ କାଂସ୍ୟ ପଦକ ପାଇଲା। ଓଡ଼ିଶା ପାଇଁ ଖେଳିଲେ ସଂଗିତା, ଶ୍ରାବଣୀ ଓ ଗାୟତ୍ରୀ

 

ଛତିଶଗଡ଼ ହାଇକୋର୍ଟ କହିଲେ, ଝିଅମାନେ ପିତାଙ୍କ ସମ୍ପତ୍ତିରେ ଅଂଶ ଦାବି କରିପାରିବେ ନାହିଁ ଉତ୍ତରାଧିକାର ପାଇଁ ସର୍ତ୍ତ ରଖିଲେ

 

ଆନ୍ଧ୍ରପ୍ରଦେଶ ରେ ରାୟଗଡା ନମ୍ବର ବସ୍ ପୋଡିବାର କାରଣ ଜଣାପଡିଲା। ବ୍ୟାଟେରୀ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା

 

ଦିଲ୍ଲୀ ମୁକୁନ୍ଦପୁର ଅଞ୍ଚଳରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୨୦ ବର୍ଷୀୟ ଛାତ୍ରୀ ଉପରେ ଏସିଡ୍ ଆକ୍ରମଣ କରି ତିନି ଯୁବକ ଫେରାର

 

ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ, ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି

 

ନୂଆଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ସଙ୍କଟରେ। ଡିଜେଲ ପାଇଁ ଟଙ୍କା ଯୋଗାଡ ହୋଇପାରୁନି

 

ମହିଳା ଦିନିକିଆ କ୍ରିକେଟ ବିଶ୍ୱକପରେ ବର୍ଷା ଯୋଗୁ ଅଧାରୁ ବାତିଲ ହେଲା ଭାରତ-ବାଂଲାଦେଶ ମ୍ୟାଚ୍।

 

ଆମେରିକା ପୁଣି ଦେଲା ଅପମାନ। ହରିଆଣାର ୫୦ ଯୁବକଙ୍କୁ ହାତ ଓ ଗୋଡ଼ରେ ଲୁହା ଶିକୁଳି ବାନ୍ଧି, ଭାରତକୁ ପଠାଇଲା

 

ବାଙ୍ଗଲାଦେଶ ସହ ସମ୍ପର୍କ ଆହୁରି ଖରାପ ହେଲା। ମାନଚିତ୍ରରେ ଆସାମ ସମେତ କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ମିଶାଇଲା ବାଙ୍ଗଲାଦେଶ

 

ଆଜି ପଦାତିକ ସେନା ଦିବସ

ଆଜି ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଐତିହ୍ୟ ଦିବସ (ଅଡିଓ ଭିଜୁଆଲ ହେରିଟେଜ)

 

ଆଜି ଜନ୍ମଦିନ: ମେରିଟ ସିଙ୍ଗର (ସିଲେଇ ମେସିନ ଉଦ୍ଭାବକ), ସଂଗ୍ରାମୀ ଯତୀନ୍ଦ୍ରନାଥ ଦାସ, ଅନୁରାଧା ପୋଡ଼ୱାଲ, ପୂଜା ବାତ୍ରା, ଇରଫାନ ପଠାନ

 

ଆଜି ତିରୋଧାନ: ଆକବର, ରାମାନୁଜମ, ପ୍ରଦୀପ କୁମାର (ଅଭିନେତା), ବିଜୟ ମର୍ଚ୍ଚାଣ୍ଟ

 

ଇତିହାସରେ ଆଜି: (୧୯୧୦) ଋଷିଆ ଓ ଚୀନ ଉପରେ ଜାପାନର ବିଜୟ/ (୨୦୦୮) ଦେଶର ଖବରକାଗଜ ସାମ୍ବାଦିକ ଓ ଅଣ ସାମ୍ବାଦିକ ମାନଙ୍କୁ ସରକାରୀ ଅନ୍ତରୀଣ ଅନୁଦାନ ପାଇଁ ନୋଟିସ/ (୨୦୨୧) ଅଗ୍ନି 5 ମିସାଇଲର ସଫଳ ପରୀକ୍ଷା

=======================

*ବନ୍ଦେ ଉତ୍କଳ ଜନନୀ*