April 28, 2026

ଜିଲ୍ଳା ସ୍ତରୀୟ ଧନ୍ଦାମୁଳକ ପ୍ରଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ..

IMG-20241027-WA0033
Share

କୋରାପୁଟ—ଆଜି ଜିଲ୍ଲା ସ୍ତରୀୟ ଧନ୍ଦାମୁଳକ ପ୍ରଶିକ୍ଷକ ସଂଘର ବୈଠକ ସ୍ଥାନୀୟ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ତରଫରୁ ନିଆ ଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା । ଏହି ବୈଠକରେ ଜିଲ୍ଳା ପୂର୍ବତନ ସଭାପତି ଶ୍ରୀ ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଏହି ବୈଠକରେ ସର୍ବ ସମ୍ନତି କ୍ରମେ ଶ୍ରୀ ପ୍ରଦୀପ କୁମାର ଭଟ୍ଟଙ୍କୁ ଜିଲ୍ଲା ସଭାପତି ରୂପେ ଚୟନ କରାଯିବା ସହ ଶୁଭେନ୍ଦୁ କୁମାର ଦାସ ଓ ଶ୍ରୀମତୀ ସୁବର୍ଣା ଖିଲଙ୍କୁ ଉପସଭାପତି ରୂପେ ଚୟନ କରାଯାଇଥିବା ସହ ଜିଲ୍ଲା ମହିଳା ୱିଙ୍ଗ ରୂପେ ଏଲିନା ମିଶ୍ର ଓ କୋଷାଧ୍ୟକ୍ଷ ରୂପେ ଦିବ୍ୟଜ୍ୟୋତି ମଲ୍ଲିକଙ୍କୁ ମନୋନୀତ କରାଯିବା ସହ ସମସ୍ତ ବ୍ଲକ ପାଈଁ ବ୍ଲକ ପ୍ରତିନିଧି ବଛା ଯାଇଥିଲ। ଏହି ବୈଠକରେ ନିୟମିତ ଦରମା ସହିତ ମହିଳା ମାନଙ୍କ ପାଇଁ ମାତୃ କାଳୀନ ଛୁଟି ଦାବି ପ୍ରମୁଖ ରହିଥିଲା। ଏହି ବୈଠକରେ ଜିଲ୍ଲାର ଶତାଧିକ ପ୍ରଶିକ୍ଷକ ଉପସ୍ଥିତ ରହିଥିଲେ। ସଭା ଶେଷରେ ଶ୍ରୀ ଆଶୁ ଅଭିଳାଷ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।

(କୋରାପୁଟ ଜିଲ୍ଲା ପ୍ରତିନିଧି

ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ,

ଉପାନ୍ତ ଖବର)