ତ୍ରିନାଥ ହେଲେ ରାଜ୍ୟ ସଂଘଠନର ଆଞ୍ଚଳିକ ସମ୍ପାଦକ
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରିଷ୍ଠ ଶିକ୍ଷକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ଜିଲ୍ଲା ସଭାପତି ତ୍ରିନାଥ ହରିଜନଙ୍କୁ ରାଜ୍ୟ ସଙ୍ଘଗଠନର ଆଞ୍ଚଳିକ ସମ୍ପାଦକ ଦାୟିତ୍ଵ ପ୍ରଦାନ କରାଯାଇଛି l ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଭାପତିଙ୍କ ଅନୁମୋଦନକ୍ରମେ ଗତ ୨୪ ତାରିଖ ପତ୍ର ସଂଖ୍ୟା ୨୨୩୩/୧୨୩୯ ଅନୁସାରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସଂଗଠନକୁ ସୁଦୃଢ଼ କରିବାକୁ ତାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି l ପ୍ରକାଶ ଥାଉକି ଶ୍ରୀ ହରିଜନ ୧୯୯୪ ରେ ଅନୁସୂଚିତ ଜାତି ଶ୍ରେଣୀର ମାଟ୍ରିକ୍ ରେ ସର୍ବୋଚ୍ଚ ନମ୍ବର ରଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି l ୧୯୯୭ ରେ ଶିକ୍ଷକତା ଆରମ୍ଭ କରିଥିଲେ l ସେବେଠାରୁ ୨୦୦୧ ରେ ପ୍ରଥମ ଥର ପାଇଁ କୁନ୍ଦୁରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ, ୨୦୦୪ ଓ ୨୦୦୫ ସମ୍ପାଦକ, ୨୦୦୬ ରୁ ୧୩ କ୍ରମାଗତ ୩ ଥର ସଭାପତି, ୨୦୧୮ ରେ ପୁଣିଥରେ ସଭାପତି ଭାବେ ମନୋନୀତ ହୋଇଥିଲେ l ପ୍ରଥମେ ଥର ପାଇଁ ଗତ ୨୧ ସେପ୍ଟେମ୍ବର ୨୦୨୧ ରେ ସଂଘର ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଥିଲେ l ସେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମ କାମ ଭାବେ ଶିକ୍ଷକ ପଦନ୍ନୋତି କରାଇବାରେ ସକ୍ଷମ ହୋଇଥିଲେ ଏଥିରେ ୨୨୦୦ ଶିକ୍ଷକ ପଦନ୍ନୋତି ପାଇବାର ସୁଯୋଗ ପାଇଥିଲେ l ଜିଲ୍ଲା ପ୍ରଶାସନ ଦ୍ଵାରା ସି ଆର ସି ସୀ ମାନଙ୍କ ଉପରେ ଲାଗିଥିବା ମଧ୍ୟାହ୍ନ ଭୋଜନ ଦୁର୍ନତୀର ପ୍ରତିବାଦ କରି ଜିଲ୍ଲା ସଂଘ ସଫଳ ହୋଇଥିଲା l ରାଜ୍ଯ ସଂଘ ଡାକରାରେ ଜିଲାର ପ୍ରତ୍ୟେକ ବ୍ଲକ ସ୍ତରରେ ଶିକ୍ଷକ ମାନଙ୍କର ସ୍ୱାର୍ଥ ସମ୍ବଳିତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା, ଜିଲ୍ଲା ସ୍ତରରେ ପ୍ରାୟ ୨୫୦୦ ଶିକ୍ଷକଙ୍କ ଶୋଭାଯାତ୍ରା ଆୟୋଜନ କରି ଶିକ୍ଷକ ମାନଙ୍କ ସ୍ୱାର୍ଥ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ଏଥିରେ ସୁଫଳ ନ ମିଳିବାରୁ ପରବର୍ତ୍ତି ସମୟରେ ପ୍ରାୟ ୧୫ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରି ପେ ଷ୍ଟ୍ରକଚର ବା ସ୍ଲାବ ପରିବର୍ତ୍ତନ ଆଦେଶନାମା ଜାରୀ ହୋଇ ଯୋଗ୍ୟ ଶିକ୍ଷକ ୪୨୦୦ ଗ୍ରେଡ୍ ପେ ପାଇବା, ଜିଲ୍ଲାର ପ୍ରତ୍ୟକ ବ୍ଲକରେ ବ୍ଲକ ସଂଘ ତିଆରି ଓ ସୁଦୃଢ କରିବା, କୋରାପୁଟ ଜିଲ୍ଲା ସଂଘ ୟୁ ଏ ଏସ୍ ପୋର୍ଟାଲକୁ ପ୍ରଥମେ ବିରୋଧ କରିଥିଲା ଫଳ ସ୍ବରୂପ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିବାଦର ମୁଖ୍ୟ ମୁଦ୍ଦା ପାଲଟିଥିଲା ଏବଂ ସମଗ୍ର ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ମୁଣ୍ଡ ଟେକିବାରୁ ତାହା ଆଜି ବନ୍ଦ ହୋଇ ପାରିଛି l ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ଜିଲ୍ଳା ସଂଘ ବ୍ଲକ ସଂଘ ମାନଙ୍କୁ ଅନୁରୋଧ କରି ବୃକ୍ଷରୋପଣ କାର୍ଯ୍ଯକ୍ରମକୁ ସଫଳ ରୂପାୟନ କରିବାରେ ରାଜ୍ୟରେ କୋରାପୁଟ ଜିଲ୍ଲାକୁ ପ୍ରଥମ କରିପାରିଥିଲା ଜିଲ୍ଲା ସଂଘ l ବର୍ତ୍ତମାନ ରାଜ୍ୟ ସଂଗଠନର ଆଞ୍ଚଳିକ ସମ୍ପାଦକ ଭାବେ ତିନୋଟି ଜିଲ୍ଲାର ଦାୟିତ୍ଵ ଦିଆଯାଉଛି ଜିଲ୍ଲା ଓ ବ୍ଲକ ସଂଘ ଗୁଡ଼ିକ ଯେପରି ସୁଦୃଢ ହୋଇପାରିବ ସେଥିପ୍ରତି ଗୁରୁତ୍ଵ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l ବ୍ଲକ ସଂଗଠନରେ ବହୁବାର ନେତୃତ୍ୱ ନେବାପରେ ଜିଲ୍ଲା ସଭାପତି ହୋଇ ପାରିଥିଲେ l ସାଙ୍ଗଠନିକ ଦକ୍ଷତା ହେତୁ ବର୍ତ୍ତମାନ ରାଜ୍ୟ ସଂଘରେ ଦାୟିତ୍ଵ ମିଳିଥିବାରୁ କୁନ୍ଦୁରା ବ୍ଲକ ଶିକ୍ଷକ ସାମାଜ, ବିଭିନ୍ନ ଲୋକ ସଂଗଠନ, ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିଛନ୍ତି ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l
