ଆଜିର ଖବର..
କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାପାଣି।
ରାଜ୍ୟରେ ଭୀଷଣ ବର୍ଷା ହେବ। କୋରାପୁଟ, ମାଲକାନାଗିରି, କଳାହାଣ୍ଡି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଗଲା
ସମସ୍ତ ପ୍ରକାର ସରକାରୀ ସେବାପାଇଁ ସରକାର ଜାରୀ କଲେ ୯୪୩୭୨୯୨୦୦୦ ହ୍ବାଟ୍ସଆପ୍ ନମ୍ବର। ଘରେ ବସି କରିପାରିବେ ଆବେଦନ।
ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କର ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର। ସମୁଦାୟ ମହଙ୍ଗା ଭତ୍ତା ୫୩ରୁ ୫୫ ପ୍ରତିଶତକୁ ବଢ଼ିଲା
ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ରାଜ୍ୟର ୧୯୩ ଟି କେନ୍ଦ୍ରରେ ପରୀକ୍ଷା ଦେବେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ।
ପ୍ରବଳ ବର୍ଷା ପାଇଁ ଆଜି କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ପ୍ରଶାସନ
ଏକକ କନ୍ୟା ସନ୍ତାନ ଛାତ୍ରବୃତ୍ତି ଯୋଜନା ଆରମ୍ଭ କଲା ସିବିଏସ୍ଇ। ଅନଲାଇନରେ ପଞ୍ଜୀକରଣ କରିବାକୁ ହେବ।
ସେପ୍ଟମ୍ବର ୨୯ରୁ ହାଇକୋର୍ଟର ଦଶହରା ଛୁଟି ଆରମ୍ଭ। ଛୁଟି ମଧ୍ୟରେ ୩ ଦିନ ଚାଲିବ କୋର୍ଟ। ଅକ୍ଟୋବାର ୮ରେ କୋର୍ଟ ଖୋଲିବ।
ପ୍ରକାଶ ପାଇଲା ଓପିଏସ୍ସି ପରୀକ୍ଷା ଫଳ। ପ୍ରିୟାଂଶୁ ପାଲ୍ ଟପ୍ପର, ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର, ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ। ସେଠାରେ ବିଏସ୍ଏନ୍ଏଲ୍ ୪ଜି ସେବାର ଉଦ୍ଘାଟନ କରିବେ ମୋଦୀ
ବିଭିନ୍ନ ଜିଲ୍ଲା କମିଟିର ସଭାପତି ମାନଙ୍କ ନାମ ଘୋଷଣା କଲେ ରାଜ୍ୟ କଂଗ୍ରେସ। odiaxpress
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍ଡିଏ) ରେ ତାଲିମ ଦେବା ସଂସ୍ଥା ପ୍ରାପ୍ୟ ନେଉଛନ୍ତି, କିନ୍ତୁ ତାଲିମ ପାଉଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳୁନାହିଁ। ଧରିଲେ ସିଏଜି
ଭଦ୍ରକରେ ଆସାମ ଓ ଝାଡ଼ଖଣ୍ଡ ପୁଲିସର ନକଲି ଡ୍ରେସ୍ ଜବତ୍। ଅଭିଯୁକ୍ତ ମାନେ ଗିରଫ
ନୟାଗଡ଼ ଦଶପଲ୍ଲାରେ ସରକାରୀ ଇଞ୍ଜିନିୟରଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ପିଡବ୍ଲ୍ୟୁଡି ଅଫିସ ଆଗରେ ଧାରଣା ଦେଲେ ଠିକାଦାର ସଂଘ
ବାଲେଶ୍ୱର ଜିଲ୍ଲା ଭୋଗରାଇ କମର୍ଦା ଅଞ୍ଚଳରେ ମିଳିଲାନି ୧୦୮ ଆମ୍ବୁଲାନ୍ସ। ପୁଲିସ ଭ୍ୟାନ୍ରେ ଡାକ୍ତରଖାନାକୁ ଗଲେ ଗର୍ଭବତୀ ମହିଳା।
ଅନୁଗୁଳ ଶିକ୍ଷକପଡ଼ାର ସାଈ ମନ୍ଦିର ନିକଟରୁ ବିପୁଳ ନକଲି ବିଦେଶୀ ମଦ ଜବତ। ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା
ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ଟିସି ଦେଲାପରେ ନିଶା ଖାଉଥିବା ଛାତ୍ରମାନଙ୍କ ଭିଡିଓ ଭାଇରାଲ୍ କଲେ ପ୍ରଧାନଶିକ୍ଷକ।
କର୍ଣ୍ଣାଟକ ଜାତି ଗଣନା ନେଇ ହାଇକୋର୍ଟଙ୍କ ରାୟ। ଭାଗ ନେବା ସ୍ୱେଚ୍ଛାକୃତ, ତଥ୍ୟ ସାର୍ବଜନୀନ ହେବନି
ୟୁପି ବରେଲୀରେ ନମାଜ ପାଠ ପରେ ହିଂସା। ‘ଆଇ ଲଭ ମହମ୍ମଦ’ ପୋଷ୍ଟରକୁ ନେଇ ଦୁଇ ମୁସଲିମ ଗୋଷ୍ଠୀ ମଧ୍ୟରେ ବିବାଦ।
ଲେହ ରେ ଲୋକପ୍ରିୟ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନରେ ଅଭିଯୋଗରେ ଗିରଫ କଲେ ଭାରତ ସରକାର। ଇଣ୍ଟରନେଟ ସେବା ବନ୍ଦ କଲେ
ବିହାରରେ ନିର୍ବାଚନ ପୂର୍ବରୁ ୭୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ୧୦ ହଜାର ଟଙ୍କା। ମୋଦୀ କହିଲେ ମୁଁ ଓ ନୀତିଶ ଆପଣ ମାନଙ୍କ ଭାଇ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗ୍ରାହକଙ୍କୁ ବିଲ୍ଡର୍ ଫେରାଇବେ ୧୮ ପ୍ରତିଶତ ସୁଧ ସହ ନେଇଥିବା ଟଙ୍କା।
ଦୁବାଇରେ ଏସିଆ କପ କ୍ରିକେଟରେ ଭାରତଠାରୁ ସୁପର ଓଭରରେ ହାରିଲା ଶ୍ରୀଲଙ୍କା।
ଭାରତୀୟ ବାୟୁସେନାରେ ୬୩ ବର୍ଷର ସେବା ପରେ ବିଦାୟ ନେଲା ମିଗ୍-୨୧ ବିମାନ। ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କଲା
ବ୍ରାଣ୍ଡେଡ୍ ଔଷଧ ଉପରେ ଟ୍ରମ୍ପଙ୍କ ୧୦୦% ଶୁଳ୍କ, ଭାରତ ପଠାଉଛି ୩୧%। ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ୧୬ ଲକ୍ଷ କୋଟି ହରାଇଲେ ନିବେଶକ।
=======================
ଆଜି ବିଶ୍ୱ ଭ୍ରମଣ ଦିବସ
ଆଜି ଖଗୋଳ ବିଜ୍ଞାନ ଦିବସ
(Astronomy)
ଆଜି ତୁର୍କମେନିସ୍ତାନ ସ୍ୱାଧୀନ ଦିବସ
ଆଜି ଜନ୍ମଦିନ: ଭଗତ ସିଂ, ୟଶ ଚୋପ୍ରା
ଆଜି ତିରୋଧାନ: ରାଜା ରାମ ମୋହନ ରାୟ, ମହେନ୍ଦ୍ର କପୁର, ମାତା ଆନନ୍ଦମୟୀ
ଇତିହାସରେ ଆଜି: (୧୯୫୮) ଇଂଲିଶ ଚାନେଲ ପହଁରି ଅତିକ୍ରମ କଲେ ମିହିର ସେନ/ (୧୯୯୬) ଆଫଗାନିସ୍ତାନ ଶାସନ ଅକ୍ତିଆର କଲେ ତାଲିବାନ/ (୧୯୬୨) ୟେମେନ ଆରବ ରିପବ୍ଲିକ ପ୍ରତିଷ୍ଠା ହେଲା
=======================
*ବନ୍ଦେ ଉତ୍କଳ ଜନନୀ*
