September 29, 2024

ସୁଭଦ୍ରା ଯୋଜନାରେ ଚାରି ପରିବାର ଠକାମୀର ଶିକାର..

Share

ଭବାନିପାଟଣା(ଧୀରଜ ଆଚାର୍ଯ୍ୟ):ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଯୁଗଶାଇପାଟଣା ପଞ୍ଚାୟତ ଅତ୍ୟନ୍ତ ଦୁର୍ଗମ ଓ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ଅଞ୍ଚଳଟି ଆଦିବାସୀ ବହୁଳ ଅଟେ। ଏହି ପଞ୍ଚାୟତର ଅନେକ ସମସ୍ୟାମାନଙ୍କ ମଧ୍ୟରେ ନିରକ୍ଷରତା ଗୋଟିଏ। ଯାହା ଫଳରେ କିଛି ଦିନ ତଳେ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ତଳପଞ୍ଚକୁଲ ଗ୍ରାମରେ ଜଣେ ଅଜଣା ବ୍ୟକ୍ତି ସୁଭଦ୍ରା ଯୋଜନାରେ ଶୀଘ୍ର ଟଙ୍କା ପକାଇଦେବା ନାମରେ ସେହି ଗ୍ରାମର ଚାରି ନିରୀହ ଆଦିବାସୀ ପରିବାରଙ୍କ ଠାରୁ ଘର ପିଛା ହଜାରେ ହିସାବରେ ଚାରି ହଜାର ଟଙ୍କା ନେଇ ଗୋଟିଏ ଖାତାରେ ସେମାନଙ୍କ ନାମ ଲେଖି ଓ ଟିପ ଚି଼ହ୍ନ ନେଇ ସେଠାରୁ ଚମ୍ପଟ ମାରିଛି। ବର୍ତ୍ତମାନ ସେହି ଠକ ବ୍ୟକ୍ତିର କୌଣସି ପତ୍ତା ମିଳୁନାହିଁ। ଏ ବାବଦରେ ଠକେଇ ହୋଇଥିବା ପରିବାର ଏ ପର୍ଯ୍ୟନ୍ତ ପ୍ରଶାସନର ଦ୍ୱାରସ୍ଥ ହୋଇନାହିଁ। ଏଭଳି କିଛି ଠକ ବ୍ୟକ୍ତି ଅଶିକ୍ଷିତ ଓ ଆଦିବାସୀ ବହୁଳ ଅଂଚଳକୁ ଯାଇ ଏଭଳି ଦୁର୍ନୀତି କାର୍ଯ୍ୟ କରୁଛନ୍ତି। ତେଣୁ ସମସ୍ତେ ସଜାଗ ହୋଇ ସୁଭଦ୍ରା ଯୋଜନାରେ ନିଜ ନାମ ପଞ୍ଜିକକଣ କରିବା ଆଗରୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଭଲ ଭାବରେ ଏ ବିଷୟରେ ବୁଝିନିୟନ୍ତୁ।