March 10, 2026

ଉମରକୋଟ ନିକଟସ୍ଥ ବେହେଡା ଠାରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪” ଅନୁଷ୍ଠିତ……..

IMG-20240927-WA0004
Share

ଉମରକୋଟ-:(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ବେହେଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪” ବଡ଼ ଧୁମଧାମ୍ ରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଷ୍ଣୁ ପ୍ରସାଦ ସାହୁଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ଶିଶୁ ମହୋତ୍ସବରେ ବେହେଡା କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବଲ୍ଲଭ ରାଉତ, ସମ୍ମାନିତ ବକ୍ତା ଭାବେ ଯୁବ ବୌଜ୍ଞାନିକ ରବି ରଂଜନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠାତା କାର୍ତ୍ତିକ ମଲ୍ଲିକ, ରାଇମିଙ୍ଗ ବାର୍ଡ ସ୍କୁଲର ପ୍ରତିଷ୍ଠାତା କାମାକ୍ଷା ପ୍ରସାଦ ସତପଥୀ ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକରୀ ଦେବେନ୍ଦ୍ର ବାଘ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ଲୋକ କଳାକୁ ମୁଖ୍ୟ ପ୍ରସଙ୍ଗ କରି ଆୟୋଜିତ ଉକ୍ତ ଉତ୍ସବରେ ବେହେଡା କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟର ଶତାଧିକ କୁନିକୁନି ଛାତ୍ରଛାତ୍ରୀ ଚିତ୍ର କଳା ଠାରୁ ଆରମ୍ଭ କରି ପତ୍ର ଲିଖନ, ଅଭିଭାଷଣ, ଲୋକ ଗୀତ ଭଳି ୨୯ ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତା ପରେ ଆୟୋଜିତ ସଭାରେ ବହୁ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନିକୁନି ଛାତ୍ରଛାତ୍ରୀଙ୍କ ପ୍ରତିଭା ଉପସ୍ଥିତ ଅତିଥି ଓ ଗ୍ରାମବାସୀଙ୍କୁ ବେଶ୍ ମୁଗ୍ଧ କରିଥିଲା । ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାଙ୍କୁ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ ଏବଂ ରାଜ୍ୟ ତଥା ଦେଶର କଳା ଓ ସଂସ୍କୃତିର ବିକାଶ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସର ରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ଓ ପୁରସ୍କାର ପ୍ରଦାନ କରାଯିବା ସହ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉକ୍ତ ଶିଶୁ ମହୋତ୍ସବକୁ ସଫଳ କରିବା ପାଇଁ ବେହେଡା କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ ।