September 29, 2024

ବାଲିକୁଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଗାନ୍ଧୀ ଯୁବ ଶିବିର !!

Share

ବାଲିକୁଦା ::- ଓଡିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ନିଆଳି ର ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ତରଫରୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସ୍ଥିତ ବାଲିକୁଦା ମହିଳା ଡିଗ୍ରୀ ମହା ବିଦ୍ୟାଳୟ ରେ ଗାନ୍ଧୀ କଥା ଓ ଗାନ୍ଧୀ ଯୁବ ଶିବିର ଅନୁଷ୍ଠିତ ହୋଇ ଯାଇଛି !ଜାତୀୟ ସେବା ଯୋଜନା ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଶିବିର ରେ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ସୌଦାମିନୀ ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ , ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ରାଜଶ୍ରୀ ହୋତା, ଗ୍ରନ୍ଥାକାର ଦେବେନ୍ଦ୍ର କୁମାର ମୁଦୁଲି ଡ଼ ଅନିତା ପାତ୍ର ଅଧ୍ୟାପିକା କଲ୍ୟାଣୀ ପଣ୍ଡା ଜିଲ୍ଲା ସଂଯୋଜିକା ସୁଶ୍ରୀ ମୋନାଲିସା ମୁଦୁଲି, ଉପସଭାପତି କବି ପ୍ରସାଦ ମହାନ୍ତି ଏବଂ ଜିଲ୍ଲା ଆବାହକ ସବ୍ୟସାଚୀ ତ୍ରିପାଠୀ ଯୋଗ ଦେଇ ଗାନ୍ଧୀ ଜୀ ଙ୍କର ଦର୍ଶନ ଉପରେ ଆଲୋଚନା କରିଥିଲେ !ପ୍ରଥମେ ଛାତ୍ରୀ ମାନଙ୍କ ମଧ୍ୟରେ ସୃତିଲେଖନୀ, ପ୍ରଶ୍ନଉତ୍ତର, ଗୀତ ଗାନ୍ଧୀଜୀ ଉପରେ କବିତା ଏବଂ ବକୃତା ଅନୁଷ୍ଠିତ ହୋଇଥିଲା ! ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରା ଯାଇଥିବା ବେଳେ ଗାନ୍ଧୀ ଦର୍ଶନ, ଭଜନ ଏବଂ ଗାନ୍ଧୀଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଶ୍ରୀ ମୁଦୁଲି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ !ଶ୍ରୀ ମାଝୀ ଛାତ୍ରୀ ମାନଙ୍କୁ ମିଥ୍ୟା ଖବର ଏବଂ ମିଥ୍ୟା ହ୍ୱାଟ୍ସଅପ ୟୁନିଭର୍ସିଟି ର ଅପପ୍ରଚାର ଠାରୁ ଦୁରେଇ ରହି ଗାନ୍ଧୀଜୀ ଉପରେ ଅଧୟନ କରିବାକୁ ପରାମର୍ଶ ଦେଇ ଥିଲେ !ଏଥିରେ ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟର ର ଛାତ୍ରୀ ପ୍ରୀତିପ୍ରଜ୍ଞା ପଟ୍ଟନାୟକ, ସୋନାଲି ବେହେରା,ମିତୁ ଜେନା, ସୁପ୍ରିୟା ବାରିକ ଏବଂ ଜଗତସିଂହପୁର ଜିଲ୍ଲା ସଭ୍ୟ ରେଖାରାଣୀ ସାସମଲ, ରଶ୍ମି ରଞ୍ଜନ ବାରିକ ଏବଂ ଗୋପାଳକୃଷ୍ଣ ଦାସ ସହ ଗାନ୍ଧିବାଦୀ ଅନୁଷ୍ଠାନ ଏଡ଼ ଇଣ୍ଡିଆ ଓଡିଶା ଶାଖା ସହଯୋଗ କରିଥିଲେ !ଶେଷ ରେ କାର୍ଯ୍ୟକ୍ରମ ଅଧିକାରୀ ରାଜଶ୍ରୀ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ !ସେପରି ଦ୍ୱତୀୟ ଅଧିବେଶନ ରେ ଜାତୀୟ ସେବା ଯୋଜନା ର ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ରୂପେ ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଯୋଗ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ଯୋଗ ଦେଇ ଏନ ଏସ ଏସ ର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଛାତ୍ରୀ ମାନଙ୍କୁ ଆଲୋଚନା କରିଥିଲେ !ଏଥିରେ 100 ରୁ ଉର୍ଦ୍ଧ ଛାତ୍ରୀ ଭାଗ ନେଇଥିଲେ !ଶେଷ ରେ ସ୍ୱେଚ୍ଛାସେବୀ ଅନୁରାଧା ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!