June 17, 2024

ଉତ୍କଳୀୟ ସଂସ୍କୃତିର ପାରମ୍ପାରିକ ପର୍ବ ବୁଧେଇ ଓଷା ବା ବୁଧିବାମନ ଓଷା।

Share

ଉତ୍କଳୀୟ ସଂସ୍କୃତିର ପାରମ୍ପାରିକ ପର୍ବ ବୁଧେଇ ଓଷା ବା ବୁଧିବାମନ ଓଷା।

ବୋଲଗଡ଼,୨୭/୦୯(ଉପାନ୍ତ ଓଡିଶା):ଓଡ଼ିଶାର ପାରମ୍ପରିକ ପର୍ବ ଓଷା ବ୍ରତ ମଧ୍ୟରେ ବୁଧେଇ ବା ବୁଧିବାମନ ଓଷା ଅନ୍ୟତମ ଯାହାକି ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏହି ଓଷା କୁ ପାଳନ କରାଯିବାର ଦେଖିବାକୁ ମିଳିଥାଏ । ଏହି ପର୍ବ ଭାଦ୍ରବ ମାସରେ ପାଳନ କରାଯାଉଥିବା ବିଭିନ୍ନ ଓଷା ବ୍ରତ ମଧ୍ୟରୁ ବୁଧେଇଓଷା ଅନ୍ୟତମ। ବୁଧେଇ ଓଷା ବା ବୁଧିବାମନ ଓଷା ଭାଦ୍ରବ ମାସର ସବୁ ବୁଧବାର ପାଳନ କରାଯାଏ। ଏହା ଗୋଟିଏ ପାରମ୍ପରିକ ଓଡ଼ିଆ ପର୍ବ। ଘରେ ଘରେ ସ୍ତ୍ରୀ ଲୋକମାନେ ନିଷ୍ଠାର ସହ ବୁଧେଇ ଓଷା କରିଥାନ୍ତି। ଶିଳ ଓ ଶିଳପୁଆ କୁ ଅଁଳା ହଳଦୀ ପାଣିରେ ସ୍ନାନ କରାଇ ବେଶ କରାଯାଏ। କଉଡି, ଚନ୍ଦନ, ସିନ୍ଦୁର, କଜ୍ୱଳ ଆଉ ବିଭିନ୍ନ ଫୁଲରେ ସୁସଜ୍ଜିତ କରି ପୂଜା କରାଯାଏ।
ଏଠାରେ ବୁଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା। ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ। ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା। କେହି କେହି ଏହି ଓଷାରେ ନାରୀମାନେ ମଙ୍ଗଳାଙ୍କୁ ପୂଜା କରିଥାନ୍ତି। ପ୍ରାୟତଃ କୋଠିରେ ଅନେକ ମହିଳା ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି । ବୁଧେଇ ଓଷା ବହିରେ ବୁଧିବାମନଙ୍କ ମହିମା ବର୍ଣ୍ଣନା କରାଯାଇଚି। ନଡ଼ିଆ, କଦଳୀ, ଫଳ,ମୁଆଁ ଉଖୁଡା,ଖଇ,କାକରା ଭୋଗ ରୂପେ ବଢା ଯାଇଥାଏ। ଓଷାର ପ୍ରଥମ ଦିନ ମାଆଙ୍କ ପାଖରେ ନଡ଼ିଆ ଟିଏ ବସା ଯାଏ। ଶେଷ ପାଳିରେ ଏହି ନଡ଼ିଆକୁ ଭାଙ୍ଗି ପିଠା କରି ପୂଜା କରାଯାଏ। ମାଆଙ୍କ ପାଖରେ ସନ୍ତାନ ପ୍ରାପ୍ତି ଓ ମାନସିକ ପୁରଣ ପାଇଁ ଗୁଆ ବସେଇଥାନ୍ତି ସଧବା ମହିଳା ମାନେ।
ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା ଯାହାକି ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ। ଅନେକ ଗହ୍ମାପୂର୍ଣ୍ଣିମା ଠାରୁ ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି। ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି। ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ। ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ।
ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରାଯାଏ। ଏହି ପୂଜା ନିମନ୍ତେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚ ପ୍ରକାର ଫୁଲ, ପାଞ୍ଚ ପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଓ ପାଞ୍ଚଟି ଅକ୍ଷତ ଦରକାର ହୁଏ। ଏଥିରେ , ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ। ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠା ପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed