October 17, 2026

ଶାରଦୀୟ ଦୂର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

WhatsApp Image 2023-09-27 at 5.15.38 PM
Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରାସ୍ତା ପାର୍ଶ୍ବରେ ଶାରଦୀୟ ଦୂର୍ଗାପୂଜା ନିମନ୍ତେ ଭୂମିପୂଜନ ଓ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ପୂଜକ ଭାବରେ ଦୂର୍ଗା ମିଶ୍ର ଓ ଗୁପ୍ତ ମିଶ୍ର କାର୍ଯ୍ୟ ଆରମ୍ଭ କରିଥିବା କର୍ତ୍ତା ଭାବେ ସମ୍ପଦ କୁମାର ଦାଶ ଓ ତାଙ୍କ ଧର୍ମପତ୍ନୀ ପଦ୍ମନ୍ମୀ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ।ଗତ ୨ବର୍ଷ ଧରି କରୋନା ମହାମାରୀ ପାଇଁ ପୂଜା ବନ୍ଦ ରହିଥିଲା। ଚଳିତ ବର୍ଷ ସ୍ଥାନୀୟ ଯୁବଗୋଷ୍ଠୀ ସହାୟତାରେ ଏହି କାର୍ଯ୍ୟ ସୁପରିଚାଳନା କରାଯିବ ବୋଲି ଜଣାପଡିଛି। ଏଥିରେ ପୂଜା କମିଟି ଅମିତ ମହରଣା, ସୁଧୀର ମିଶ୍ର, ନିର୍ମଳ କାମ୍ବା, ଭାସ୍କର ରଥ, ଜଗନ୍ନାଥ ବଦଳେଇ,ସିମାଞଳ ପ୍ରାଣୀଗ୍ରାହୀ, ମୁନା ପଣ୍ଡା, ସଞ୍ଜୀବ ଦାଶ, ସୁଶାନ୍ତ ସାହୁ, ବନମାଳୀ ମହାରଣା,କିରଣ ଲମ୍ବତା,କାନ୍ହୁ ସମୁଦ୍ରଙ୍କ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।।