ଗ୍ରାସିମ୍ କମ୍ପାନୀ ତରଫରୁ ଗଂଜାମ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ
ଗଂଜାମ,= ପ୍ରଦୀପ କୁମାର ପଣ୍ଡା
ଗଂଜାମ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ୟୁନିଟ ଓ ଗ୍ରାସିମ ଇଣ୍ଡଷ୍ଟ୍ରି ଲିମିଟେଡ଼, ଗଂଜାମ ର ମିଳିତ ଆନୁକୂଲ୍ୟରେ ଗଂଜାମ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗଂଜାମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯାଇଥିଲା l ଗ୍ରାସିମ ଇଣ୍ଡଷ୍ଟ୍ରିର ସି .ଏସ . ଆର . ମୁଖ୍ୟ ଶ୍ରୀମତୀ ସୁସ୍ମିତା ବେହେରା ଓ କର୍ମଚାରୀ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଗଂଜାମ ମହାବିଦ୍ୟାଳୟ ଯୁବ ରେଡକ୍ରସ ୟୁନିଟର କାଉନସିଲର ଅଧ୍ୟାପକ ସୂର୍ଯ୍ୟନାରାୟଣ ମୁଦୁଲି ଓ ଅଧ୍ୟାପିକା ଖୁସବୂ ନାଜ୍ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ମମତା ପାଢ଼ୀ, ଡ଼. ପୀତାମ୍ବର ବେହେରା, ଡ଼. ଦୁର୍ଗା ପ୍ରସାଦ ଦାଶ , ଅଧ୍ୟାପକ ସୁମନ ସେଠୀ, ଅରୁନ୍ଧତୀ ସିଂ , ଶୁଭେନ୍ଦୁ ବିକାଶ ଟହଲ , ଗୀତାଞ୍ଜଳୀ ବେହେରା , ଶ୍ରୀଧର ବଢ଼େଇ, ତଥା ମହାବିଦ୍ୟାଳୟ କର୍ମଚାରୀ ପ୍ରଦୀପ ପଟ୍ଟନାୟକ, ରଘୁନାଥ ରେଡ୍ଡୀ, ଅଜୟ ବାରିକ, ଚକ୍ରପାଣି ରେଡ୍ଡୀ ଓ କଲେଜ ର ତିରିଶ ରୁ ଉର୍ଦ୍ଧ ଯୁବ ରେଡ଼କ୍ରସର ସ୍ବେଚ୍ଛାସେବୀ ଗଛ ଲଗାଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
