କ୍ରିଷ୍ଣା ଆସୋସିଏଟ ର ଡ଼ିଲର୍ସ ମିଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ବଳିଆପଣ୍ଡା ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲରେ ଉଷା କମ୍ପାନୀର ଖୋର୍ଦ୍ଧା ଜିଲ୍ଲା ଡିଲର କ୍ରିଷ୍ଣା ଆସୋସିଏଟ ପକ୍ଷରୁ ସବଡ଼ିଲର୍ସ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ କ୍ରିଷ୍ଣା ଆସୋସିଏଟ ର ଅଧକ୍ଷ ସଞ୍ଜୟ ଅଗ୍ରୱାଲାଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଉଷା କମ୍ପାନୀର ଓଡିଶା ବ୍ରାଞ୍ଚ ମୁଖ୍ୟ ପରିଚାଳକ ରବିନାରାୟଣ ତ୍ରିପାଠୀ, ଟେରିଟୋରି ସେଲସ ମ୍ୟାନେଜର ବିପିନ ଗଣ୍ଡେଚା, ଅଜୟ ପାତ୍ର ଲଳିତ ନାୟକଙ୍କ ସହିତ ଆସୋସିଏଟ ର ପବନ ଅଗ୍ରୱାଲା ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସବଡ଼ିଲର ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସୁମିତ ଅଗ୍ରୱାଲା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
