November 15, 2024
Share

ଗୁଣୁପୁର ତା ୨୭-୦୮-୨୦୨୪ ରିଖ ଦିନ ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଜନସଚେତନତା ରଥର ଶୁଭାରମ୍ଭ କରିଥିଲେ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା । ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନ କାର୍ଯ୍ୟକ୍ରମ ବିଷୟରେ ଗୁଣପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଧ୍ୟୁଷିତ ଅଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରିବ ଏହି ରଥ । ଏକ ସଚେତନତା । ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ପ୍ରୋଗ୍ରାମ ଅଧିକାରୀ ବି କୋମଲାଙ୍ଗୀ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କଉପସ୍ଥିତିରେ ଆଜି ପୂର୍ବାହ୍ନ ୮.୦୦ ଘଟିକା ସମୟରେ ଏହି ରଥର ଶୁଭାରମ୍ଭ କରାଯାଇଛି ।

ଗୁଣୁପୁର ବ୍ଲକର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁହ ‘ଲାଞ୍ଜିଆ ସୌରା’ ବସବାସ କରୁଥିବା ୭ଟି ପଞ୍ଚାୟତର ୧୩୬ଟି ଗ୍ରାମରେ ଏହି ରଥ ପରିକ୍ରମା କରିବା ସହିତ ପିଏମ-ଜନମନ ସଂପର୍କୀତ ସଚେତନତା ସୃଷ୍ଟି କରିବ । ଏହା ଏହି ଦୁର୍ଗମ ଅନୁସୂଚ଼ିତ ଅଞ୍ଚଳର ଜନଜାତି ଭାଇ ଭଉଣୀ ମାନଙ୍କୁ ପିଏମ୍ -ଜନମନ ଯୋଜନାରେ ମିଳୁଥିବା ସରକାରୀ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ଉତ୍ସାହିତ କରିବ । ଏହି ରଥର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଲାଞିଆ ସୌରା ଉନ୍ନୟନ ସଂସ୍ଥା, ପୁଟାସିଂର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଦ୍ମନାଭ ଭୋଳ, ପ୍ରକଳ୍ପ ପରିଚାଳକ ସୂର୍ଯ୍ୟକାନ୍ତ ନାୟକ, ଟିମ୍ ଲିଡର ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ସଂଯୋଜିତ କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ ସମସ୍ତ କର୍ମଚାରୀ, ଉପଜିଲ୍ଲାପାଳ ଏବଂ ଆଇଟିଡିଏ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ ।ଆଜି କିତୁଙ୍ଗ ଗ୍ରାମଠାରେ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି ।

(ସୁରେନ୍ଦ୍ର ମହାନ୍ତି )