ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା ପଶ୍ଚିମବଙ୍ଗ ଓ ବିଶ୍ୱକର୍ମା ମହାସଭା ସଂଗଠନ ଓଡିଶା ଶାଖାର ମିଳିତ ଆନୁକୂଲ୍ୟ ରେ ପଞ୍ଚମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି l 

IMG-20240827-WA0002
Share

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସେବକପୁର ଦୁଆରସୁଣୀ ମନ୍ଦିର ମଣ୍ଡପ ପରିସରରେ ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା ପଶ୍ଚିମ ବଙ୍ଗ ଓ ବିଶ୍ୱକର୍ମା ମହାସଭା ସଂଗଠନ ଓଡିଶା ଶାଖା ମିଳିତ ଆନୁକୂଲ୍ୟ ରେ ପଞ୍ଚମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ କୁ ପୁରୀଜିଲ୍ଲାର ସଭାପତି ବସନ୍ତ ମହାରଣା ଓ କୃଷ୍ଣପ୍ରସାଦ ବ୍ଲକ ସଭାପତି ନୀଳକଣ୍ଠ ମହାରଣାଙ୍କ ତତ୍ୱାବଧାନ ରେ ରାଷ୍ଟ୍ରୀୟ ଅଧକ୍ଷ ଅଶ୍ୱିନୀ ଶର୍ମା, ରାଜ୍ୟ ସଭାପତି ଗୌତମ ଡ଼କ୍ଟର ଗୌତମ ମହାରଣା, ରାଜ୍ୟ ସମ୍ପାଦକ ଡ଼କ୍ଟର ହାଡିବନ୍ଧୁ ମହାରଣା, ବିହାର ରାଜ୍ୟ ସଭାପତି ଆଡଭୋକେଟ ଶିବ ସାଗର ଶର୍ମା, ପଶ୍ଚିମ ବଙ୍ଗ ରାଜ୍ୟ ସଭାପତି ଦିଲୀପ କୁମାର ଶର୍ମା, ରାଞ୍ଚି ମହିଳା ଅଧକ୍ଷ ସଂଗୀତା ସୋନି, ରାଷ୍ଟ୍ରୀୟ ଆଡ଼ଭାଇଜର ବୋର୍ଡ ଚେୟାରମ୍ୟାନ ଚିନ୍ମୟା ଆଚାର୍ଯ୍ୟଙ୍କ ସହିତ ରାଜ୍ୟର ସମସ୍ତ ପ୍ରତିନିଧିମାନେ ମଞ୍ଚାସିନ ହୋଇ ବିଶ୍ୱକର୍ମାଙ୍କ ଫୋଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ପରେପରେ ସମ୍ପାଦକଙ୍କ ଦ୍ୱାରା ସମ୍ପାଦକୀୟ ବିବରଣୀ ପାଠକରାଯିବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ସାତଦଫା ଦାବି ଗୁଡିକ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମାଜସେବା ମୂଳକ କରାଯାଇଥିବା କାର୍ଯ୍ୟ ଗୁଡିକ ବିଷୟରେ ଆଲୋଚନା କରାଯିବା ସହିତ କୋଣାର୍କ ମନ୍ଦିର ପ୍ରବେଶ ଉପରେ ବିଶ୍ୱକର୍ମା ମାନଙ୍କୁ ବିନା ଟିକେଟ ରେ ଛାଡ଼ିବାନେଇ ଗୁରୁତ୍ୱପୂର୍ଣ ଆଲୋଚନା କରାଯାଇଥିଲା l ପରେପରେ ଓଡିଶାର ବିଶିଷ୍ଟ ସମାଜସେବୀ ମାନଙ୍କୁ ସମ୍ମାନିତ କରାଯିବା ସହିତ ରାଜ୍ୟ ରୁ ଆସିଥିବା ସମସ୍ତ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏଥିସହିତ ସମସ୍ତ ବିଶ୍ୱକର୍ମା ମାନଙ୍କୁ କରତ ପ୍ରଦାନ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed