April 24, 2026
ajiro khabar
Share

 

 

ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି। ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି।

 

ରାଜ୍ୟ ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ ବୋଲି କହିଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର

 

ବିଜେପି ସଭାପତି ମନମୋହନ ସାମଲ କହିଲେ, ଆଗ ହେବ ନିଗମ ବୋର୍ଡ ଓ ସଙ୍ଗଠନ ନିଯୁକ୍ତି

 

ଏନସିଇଆରଟି ସ୍କୁଲ ବହିରେ ଅପରେସନ ସିନ୍ଦୁର କଥା ଲେଖାହେବ । ୩ୟରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ସାମିଲ ହେବ।

 

ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପଞ୍ଜିକରଣ ଆରମ୍ଭ, ଅଗଷ୍ଟ ୩୧ ଶେଷ ତାରିଖ।

 

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ସ୍ୱପ୍ନ ହେଲା। ଟେଣ୍ଡର ପ୍ରଦାନ, ଉପରେ ହେବ, ତଳେ ଯିବ, ଏସବୁ ପ୍ରହସନ ପରେ ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର

 

ସଫେଇ କର୍ମଚାରୀଙ୍କୁ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜୀବନବୀମା।

 

ରାଜଧାନୀର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଯୋଗୁଁ ଚିକେନ୍ ଖାଇବାକୁ ଡର। ୮୦ ଟଙ୍କା କମିଗଲା ଦାମ

 

ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବିଏଡ୍ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୂର୍ବରୁ ସେମାନଙ୍କ ଆବେଦନ ସରକାର ଖାରଜ କରିଥିଲେ

 

ପୁରୀ ସାତଶଙ୍ଖରେ ଶୋଇବା ଘରୁ ବାପ-ପୁଅଙ୍କ ଝୁଲନ୍ତା ମୃତଦେହ। ମୃତକ ଦୀପକ ପାଣି(୨୮) ଓ ତାଙ୍କର ଦେଢ ବର୍ଷର ଶିଶୁପୁତ୍ର।

 

ଭୁବନେଶ୍ୱର କୁଆଖାଇ ନଦୀ ବାଲିଯାତ୍ରା ଘାଟରୁ ଉଦ୍ଧାର ଛାତ୍ର ଡାକ୍ତରଖାନାରେ ମୃତ। ମୃତକ ଅଙ୍କନ ତ୍ରିପାଠୀ, ବି.ଫାର୍ମା ଛାତ୍ର

 

କେନ୍ଦ୍ରାପଡା ରାଜନଗର, ଡାଙ୍ଗମାଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଶିକ୍ଷକଙ୍କୁ ଗିରଫ କଲା ପୋଲିସ।

 

ପୁରୀ ବଳଙ୍ଗା ନାବଳିକା ପୋଡି ଘଟଣାକୁ ୮ଦିନ ହୋଇଗଲା। ଏ ପର୍ଯ୍ୟନ୍ତ ପୁଲିସ ହାତରେ କିଛି ବାଜିନାହିଁ

 

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ବସ ଧକ୍କାରେ ଶଳା-ଭିଣୋଇଙ୍କ ମୃତ୍ୟୁ, ଲୋକମାନେ ରାସ୍ତାରୋକୋ କଲେ

 

ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ ହେଲେ। ଘରୁ ଜବତ ହେଲା ପୁଳାପୁଳା ଟଙ୍କା।

 

ବଲାଙ୍ଗୀର ତୁରେକେଲା ମହୁଲପାଲିରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ

 

ସମ୍ବଲପୁର ଯୁଯୁମରା ଦେବଝରଣରେ ଅଘଟଣ, ଜଳପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ।

 

ଭୁବନେଶ୍ୱରରେ ଅଳିଆ ଗଦାକୁ ବିରୋଧ କରି ସୈନିକ ସ୍କୁଲ ସାମ୍ନାରେ ଜନସାଧାରଣଙ୍କ ଆନ୍ଦୋଳନ।

 

ଜଗତସିଂହପୁରରେ କାର ଚାଳକଙ୍କ ସିରିଜ୍ ଦୁର୍ଘଟଣା ପରେ ଖଣ୍ଡା ଧରି ଗୋଡ଼ାଇଲେ। ୩ ଜଣ ଆହତ ଓ ଦୁଇ ଜଣ ଗୁରୁତର

 

ଜମ୍ମୁ-କାଶ୍ମୀରର ଡୋଡା ଭୂମିକମ୍ପରେ ଥରିଲା। ରିକ୍ଟର ସ୍କେଲରେ ୪.୧ ତୀବ୍ରତା ଥିଲା।

 

ଅନଲାଇନରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ ଠାବ। ଦିଲ୍ଲୀରେ ୧୦୦ କୋଟିର କୋକେନ ଓ ଗଞ୍ଜେଇ ଜବତ, ୫ ବିଦେଶୀ ଗିରଫ

 

ସେପ୍ଚେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ୍ କ୍ରିକେଟ

 

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ ହେଲା

 

ଥାଇଲାଣ୍ଡ କାମ୍ବୋଡିଆ ଯୁଦ୍ଧରେ ଭାରୀ ପଡିଲା ଥାଇଲାଣ୍ଡ। ଅସ୍ତ୍ରବିରତି ପାଇଁ କାମ୍ୱୋଡିଆ ଅପିଲ କଲା

 

ନାସାର ୩,୮୭୦ କର୍ମଚାରୀ ଚାକିରି ଛାଡ଼ିବେ। ଅମାନିଆ ଟ୍ରମ୍ପ୍ ପ୍ରଶାସନ ଯୋଗୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ

=======================