ବେଗୁନିଆ ପୁତ୍ର ସତ୍ୟମ ୫୪ ତମ ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଛିନ୍ତି

IMG-20250727-WA0007
Share

 

 

ରିପୋର୍ଟ– ପ୍ରିୟଙ୍କା ମହାପାତ୍ର

 

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମା ସ୍ଥିତ ବେଗୁନିଆ ର ଜଣାଶୁଣା ବ୍ୟବସାୟୀ ଶ୍ରୀ ବିଷୋଇଙ୍କ ମଧ୍ୟମ ପୁତ୍ର ସାମ୍ବାଦିକ ସୁଶାନ୍ତଙ୍କ ପୁଅ ସତ୍ୟମ ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସତ୍ୟମ୍ ବେଗୁନିଆ ଅଞ୍ଚଳ ପାଇଁ ଗର୍ବ ଗୌରବ ଅର୍ଜନ କରିଥିବାରୁ ଶୁଭେଛୁ ତଥା ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।ସୂଚନା ଅନୁଯାୟୀ ସୁଶାନ୍ତ ବିଷୋୟୀ ଓ ପତ୍ନୀ ସ୍ଵାତୀଙ୍କ ପୁତ୍ର ସତ୍ୟମ୍ ଭୁବନେଶ୍ଵର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ ୩ ରେ ସପ୍ତମ ଶ୍ରେଣୀରେ ପଢ଼ୁଅଛନ୍ତି । ତେବେ ବାପା ଓ ମାଙ୍କ ପ୍ରେରଣାରେ ପଞ୍ଜାବ ରାଜ୍ୟର ଫୁଗୱାରା ବିଶ୍ଵ ବିଦ୍ୟାଳୟ ପରିସରରେ ୫୪ ତମ ଜାତୀୟ ନେଇ ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ଦ୍ଵାରା ବ୍ରୋଞ୍ଜ ପଦକ ସହ ୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପାଇଛନ୍ତି। ତେବେ ବୋଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ସତ୍ୟମ୍ ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।