April 24, 2026

ପପଙ୍ଗା କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାଡୃ ସମ୍ମିଳନୀ

IMG-20250727-WA0014
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ବିଶିଙ୍କ ଅଧ୍ୟକ୍ଷତାରେ ପପଂଗା କଲୋନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ମାତୃ ମଣ୍ଡଳୀକୁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଉମାକାନ୍ତ ମେଣ୍ଡଲୀ ମାତୃ ସମ୍ମିଳନୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ବିଷୟ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ,ବରିଷ୍ଠ ଗୁରୁଜୀ ଶ୍ରୀମାନ୍ ପ୍ରକାଶ ଚନ୍ଦ୍ର ଦଲେଇ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ସୁଶ୍ରୀ ବୀଣାପାଣି ପଧାନ ସଂଯୋଜନା କରିଥିବା ବେଳେ ପରିଶେଷରେ ପ୍ରକାଶ ଚନ୍ଦ୍ର ଦଲେଇ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୧୦୦ ମାଆ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ସେବକ ,ସେବିକା,ସମସ୍ତ ଗୁରୁମା, ଗୁରୁଜୀ ,ସାହାଯ୍ୟ ଓ ସହଯୋଗ କରିଥିଲେ

You may have missed