ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ପ୍ରଥମ ବର୍ଷ ଏଲ୍‌.ଏଲ୍‌.ବି. ପ୍ରବେଶିକା ଆବେଦନ ତାରିଖ ବୃଦ୍ଧିକୁ ସ୍ବାଗତ କଲା ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ

ccbf6ff1-946a-4360-8a3d-75204141e462
Share

ବ୍ରହ୍ମପୁର, 27/7 : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ପ୍ରଥମ ବର୍ଷ 2023-24 ଏଲ୍‌.ଏଲ୍‌.ବି. ପ୍ରବେଶିକା ଆବେଦନ ତାରିଖ ଜୁଲାଇ 10 ତାରିଖ ରହିଥିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଯୁକ୍ତ 3 ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଯୋଗୁଁ ଆଇନ ପାଠ୍ୟକ୍ରମ ଆବେଦନ ପାଇଁ ବହୁ ଛାତ୍ରଛାତ୍ରୀ ବଂଚିତ ହୋଇଥିଲେ ଏ ସମ୍ପର୍କରେ ଗଂଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରି ଏଲ.ଏଲ.ବି. ପ୍ରଥମ ବର୍ଷ ଆବେଦନ ତାରିଖ ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରାଯାଇଥିଲା କୁଳପତି ଶ୍ରୀମତୀ ଦାଶ ଉପରୋକ୍ତ ଦାବିକୁ ଗୁରୁତର ଭାବେ ବିଚାର କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖ ତ୍ବରିତ କାଯର୍‌ୟାନୁଷ୍ଠାନ ନେଇ ଜୁଲାଇ 31 ତାରିଖକୁ ବୃଦ୍ଧି କରିଛନ୍ତି ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଆବେଦନ କରିବାରୁ ବଂଚିତ ହୋଇଥିଲେ ସେମାନେ ଆବେଦନ କରିପାରିବେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି ଏ ସମ୍ପର୍କରେ ଆୟୋଜିତ ବୈଠକରେ କୁଳସଚିବ ସଦାନନ୍ଦ ନାୟକ, ଉପ କୁଳସଚିବ ଡ଼. ବାବୁଜୀ ସାମଲ, ଡ଼. ଏସ୍‌.ଏନ. କୁଣ୍ଡୁ ଉପସ୍ଥିତ ଥିଲେ ଏନେଇ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନର କର୍ମକର୍ତ୍ତମାନେ ତ୍ବରିତ ପଦକ୍ଷେପକୁ ସ୍ବାଗତ କରିବା ସହ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

 

(ରବି ରଥ)
ସଭାପତି
ଗଂଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ

You may have missed