August 27, 2026

ଶୋଇବା ଘରୁ ଶାଳିଅ ପତିନୀ ଉଦ୍ଧାର

IMG-20260627-WA0005
Share

 

ବନ୍ତଳା-୨୭/୦୬ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ବଜାର ର ସୂର୍ଯ୍ୟକାନ୍ତ ନନ୍ଦୀ ଙ୍କ ଶୋଇବା ଘରୁ ଶୁକ୍ରବାର ରାତିରେ ଏକ ଶାଳିଅ ପତିନୀ ଉଦ୍ଧାର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘର ଭିତରେ ଶାଳିଅ ପତିନୀ ବୁଲୁଥିବା ଦେଖିବାକୁ ପାଇଥିଲେ । ଘର ଲୋକ ମାନେ ଶାଳିଅ ପତିନୀ କୁ ଦେଖି ସଙ୍ଗେ ସଙ୍ଗେ ସର୍ପ ଉଦ୍ଧାର କାରୀ ଙ୍କୁ ଖବର ଦେଇଥିଲେ। ଖବର ପାଇ ସର୍ପ ଉଦ୍ଧାର କାରୀ ସୁଶାନ୍ତ ସାହୁ ପହଞ୍ଚି ସୁରକ୍ଷିତ ଭାବେ ଶାଳିଅ ପତିନୀ କୁ ଉଦ୍ଧାର କରିବା ସହ ବନ୍ତଳା ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

You may have missed