August 27, 2026

ସାମ୍ବାଦିକ ମାନଙ୍କ ସମସ୍ୟା ଓ ତାର ସମାଧାନ ଖୁବ ଶୀଘ୍ର

IMG-20260827-WA0059
Share

 

ଅସ୍ତରଙ୍ଗ,, ରାଜ୍ୟ ସରକାର ରାଜ୍ୟରେ ଥିବା ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ୟା ଓ ତାର ସମାଧାନ ଦିଗରେ ସମ୍ପୂର୍ଣ୍ଣ ଅବଗତ l ହେଲେ ସାମାନ୍ୟ କେତେକ କାରଣ ନେଇ ଏହି ସମସ୍ୟା ସମାଧାନ ହୋଇ ପାରୁ ନ ଥିବାରୁ ଏହାର ବିଳମ୍ବ ହେଉ ଥିଲେବି, ମୁଁ ଏହାର ନେତୃତ୍ୱ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ସାମ୍ବାଦିକ ମାନଙ୍କର ଥିବା ସମସ୍ୟା ସମାଧାନ କରିବି ବୋଲି, ବୁଧବାର ଦିନ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ପୁରୀ ଜିଲ୍ଲା ତରଫରୁ ଦୀପ୍ତି କଲ୍ୟାଣ ମଣ୍ଡପ କାକଟପୁର ଠାରେ ଆୟୋଜିତ ଏକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟନାୟକ ଏହି କଥା କହି ଛନ୍ତି l

ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ଅକ୍ଷୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ,ଶ୍ରୀ ପଟନାୟକ ଆହୁରି କହିଥିଲେ ଯେ, କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ଏହି କିଛି ବର୍ଷ ହେଲା ଗଠନ ହୋଇଅଛି l ଏହି ସ୍ୱଳ୍ପ ଦିନ ହେଲା ସରକାରି ସ୍ୱୀକୃତି ମିଳି ଥିଲେ ବି ଆଦ୍ୟବଧି ସଂଘ ସରକାର ଙ୍କ ତରଫରୁ କର୍ଯ୍ୟାଳୟ ପାଇଁ ଘର ଖଣ୍ଡେ ପାଇ ପାରି ନ ଥିଲେ ବି, ସରକାର ଙ୍କ ନିକଟ ରେ ଆବେଦନ ପତ୍ର ବିଚାର ଧୀନ ଅଛି l ମୁଁ ଏହା ଉପରେ ମୁଖମନ୍ତ୍ରୀ ଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବି ବୋଲି ପ୍ରତି ସୃତି ଦେଇଥିଲ l ସଂଘ ର ରାଜ୍ୟ ଉପ ସଭାପତି ଶ୍ରୀ ଦୁଃଶାସନ ନୟକ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦାବି ଉପ ସ୍ଥାପନ କରିବା ସହ, ନିଭିର୍ଣ୍ଣ ସମସ୍ୟା ଓ ତାର ସମାଧାନ ନିମନ୍ତେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲା ବେଳେ, ରାଜ୍ୟର ସାଧାରଣ ସମ୍ପାଦକ ରାଜକକିଶୋର ସ୍ୱାଇଁ ମଧ୍ୟ ସ୍ୱାସ୍ଥ୍ୟ ବୀମା, ପେନସନ,ସତ ଖଵର ପ୍ରକାଶ ଆଦି ଉପରେ ଗୁରୁତ୍ୱ ଦେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲ l ଏଥିରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନୟକ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ମହାନ୍ତି, ପ୍ରଶାସକ ପ୍ରଭାତ ତରାଇ ପ୍ରମୁଖ ଭାସଣ ଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ୱ ଦେବାକୁ ବିଧାୟକ ଙ୍କୁ ନିବେଦନ କରିଥିଲ l ସମାଜସେବୀ ଶୋଭାକାର ବେହେରା ଙ୍କ ଦ୍ଵାରା ମଞ୍ଚ ପରିଚାଳନା ରେ, ଶରତ ସାହୁ ସୁବାସ ସ୍ୱାଇଁ, ଜୟସେନ ପରିଡା, ବିଭୁତି ମିଶ୍ର, ସତ୍ୟଜିତ ଦାସ,ବୁଢା ବାରିକି,ଅନିଲ ପଟନାୟକ,ନୀରାକାର ଦଳାଇ, ସୌରଭ ପଟନାୟକ ଙ୍କ ସମେତ ପ୍ରାୟ ୧୦୦ ଜଣ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସିଲ ଉତରିୟ ଫୁଲ ତୋଡ଼ା ଦିଆ ଯାଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା l ମାନସ ସାମଲ, ଅଶୋକ ପରିଡା,, ଆରତ ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ ର ହାତ ବଢ଼ାଇ ଥିଲା ବେଳେ,ଶେଷରେ ଧନ୍ୟବାଦ ଅର୍ପଣ କରି ଥିଲେ ସମ୍ପାଦକ ସମ୍ପାଦକ ରାଜ କିଶୋର ସ୍ୱାଇଁ l

You may have missed