May 27, 2026

କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ସବିତାରାଣୀ ଷଡ଼ଙ୍ଗୀ

IMG-20260527-WA0030
Share

 

କୋଟପାଡ଼::::: ବିବାଦୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱପ୍ନେଶ୍ୱର ନାୟକଙ୍କ ମାଲକାନଗିରି ଜିଲ୍ଲା ପଡିଆକୁ ବଦଳି ଆଦେଶ ଆସିଥିବାବେଳେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ୪୦୬୬/୨୬/୦୬/୨୦୨୬ ଅନୁଯାୟୀ ଶ୍ରୀ ନାୟକଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ଵରୁ ରିଲିଭ କରିବା ସହ ତୁରନ୍ତ ସମସ୍ତ ଦାୟିତ୍ବ କୋଟପାଡ଼ ପିଏମ ଶ୍ରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସଵିତାରାଣୀ ଷଡ଼ଙ୍ଗୀଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିବା ଖବର ହସ୍ତଗତ ହୋଇଛି। ଏହି ଚିଠିର ପରିପ୍ରକାଶ ପରେ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆନନ୍ଦ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶଯୋଗ୍ୟ ଯେ ୧୯୯୦ ମସିହା ଅଗଷ୍ଟ ୧୦ ତାରିଖରେ ହାଇସ୍କୁଲ ଶିକ୍ଷକଭାବେ ନିଜ ଦାୟିତ୍ୱରେ ଯୋଗଦାନ ପରଠାରୁ ଶ୍ରୀମତୀ ଷଡ଼ଙ୍ଗୀ ଅତ୍ୟନ୍ତ ସୂଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିଆସିଛନ୍ତି। କୋଟପାଡ଼ ପିଏମଶ୍ରୀ ହାଇସ୍କୁଲରେ ଗତବର୍ଷ ମେ ମାସଠାରୁ ଯୋଗଦାନ ପରଠାରୁ ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପାଦନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।ଜଣେ ଦକ୍ଷ, ପ୍ରବୀଣ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ହୋଇଥିବା ସତ୍ତ୍ଵେଭି ଗତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକାଳ ସମୟରେ କୋଟପାଡ଼ ଅଞ୍ଚଳରେ ହୋଇଥିବା ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ପୁନରୁଦ୍ଧାର ତାଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ହେବ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଛି। ତେବେ ଶ୍ରୀମତୀ ଷଡ଼ଙ୍ଗୀଙ୍କ କାର୍ଯ୍ୟକୁଶଳତା ଯୋଗୁଁ ସେ କୋଟପାଡ଼ ବ୍ଲକର ଶିକ୍ଷା କ୍ଷେତ୍ରରେ ଥିବା ପୂର୍ବଗାରିମାକୁ ନିଶ୍ଚିତଭାବେ ଫେରାଇ ଆଣିପାରିବେ ବୋଲି ବୁଦ୍ଧିଜୀବୀମାନେ ଆଶାବାଦୀ ଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମହଲରେ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଭାବେ ଦାୟିତ୍ଵ ଗ୍ରହଣ ପରେ ସମ୍ପୂର୍ଣ୍ଣ ସହଭାଗୀ ଓ ସହଯୋଗୀ ଭାବନାରେ କୋଟପାଡ଼ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ତେବେ ଦେଖିବାକୁ ବାକି ରହିଲା ଜଣେ ଦକ୍ଷ ଅଧିକାରୀଭାବେ ଶ୍ରୀମତୀ ଷଡ଼ଙ୍ଗୀ କୋଟପାଡ଼ ଅଞ୍ଚଳରେ ନୂଆ ଦାୟିତ୍ଵ ସୂଚାରୁରୂପେ ସମ୍ପାଦନା କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମହଲରେ କେତେଦୂର ଗ୍ରହଣୀୟ ହୋଇପାରୁଛନ୍ତି ବୋଲି ବୁଦ୍ଧି ଜୀବି ମହଲରେ ମତ ପ୍ରକାଶ ପାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.