September 29, 2024

ଜଗତସିଂହପୁର ଜ଼ିଲ୍ଲା ରେ ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଜାରି ସ୍ୱତନ୍ତ୍ର ବ୍ୟବସ୍ଥାରେ ସାମ୍ବାଦିକ ମାନେ ପୋଷ୍ଟାଲ ବାଲଟ ରେ ଦେଲେ ଭୋଟ, ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜୁନ୍ 1

Share

            ଜଗତସିଂହପୁର ଜ଼ିଲ୍ଲା ରେ ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଜାରି ସ୍ୱତନ୍ତ୍ର ବ୍ୟବସ୍ଥାରେ ସାମ୍ବାଦିକ ମାନେ ପୋଷ୍ଟାଲ ବାଲଟ ରେ ଦେଲେ ଭୋଟ, ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜୁନ୍ 1 ତାରିଖ ରେ ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯିବ , ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତଦାନ କରିବା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି,ଏହି ପ୍ରରିପେକ୍ଷୀରେ ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟାଲ ଭୋଟିଂ ମତଦାନ କେନ୍ଦ୍ର ଖୋଲାଯାଇଥିଲା ,ଏଥିରେ ଜ଼ିଲ୍ଲାର ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପଂଜିକୃତ ସାମ୍ବାଦିକ ମାନେ ସେମାଙ୍କର ମତଦାନ କରିଥିଲେ ,ଓ ସୁନ୍ଦର ବ୍ୟବସ୍ତା ପାଇଁ ଜ଼ିଲ୍ଲା ପ୍ରଶାସନ ର ଏଭଳି ପଦକ୍ଷପକୁ ସାମ୍ବାଦିକ ମାନେ ପ୍ରଶଂସI କରିଥିଲେ ,ଏହି ମତଦାନ ଅବସରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଉପଜିଲ୍ଲାପାଳ ତଥା ପୋଷ୍ଟାଲ ଭୋଟିଂ ନୋଡାଲ ଅଫିସର ଶ୍ରୀ ବିବୁଧ ଗଡନାୟକ ଙ୍କ ତତ୍ତ୍ୱାବଧାନରେ ଏହି ଭୋଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଜ଼ିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଯେଉଁମାନେ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ହୋଇଛନ୍ତି , ସେମାନଙ୍କ ପାଇଁ ଜିଲ୍ଲା ରେ 20 ଟି ଫାସିଲିଟେସନ ସେଣ୍ଟର ଖୋଲାଯାଇଛି, ଯେଉଁଠାରେ ଏହି ପଞ୍ଜୀକୃତ ଭୋଟର ମାନେ ମତଦାନ କରିପାରିବେ, ଜିଲ୍ଲା ରେ ଗତ 23 ତାରିଖ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଯେଉଁଥିରେ ଆବଶ୍ୟକୀୟ ସେବା ଯଥା ସ୍ୱାସ୍ଥ୍ୟ ସେବା, ପୋଲିସ ସେବା, ବିଦ୍ୟୁତ ସେବା, ଅଗ୍ନିଶମ ସେବା ଓ ଗଣମାଧ୍ୟମ ପ୍ରତିନିଧି,ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ପ୍ରମୁଖ ନିଜର ମତଦାନ କରିଛନ୍ତି,ଜିଲ୍ଲାରେ ପୋଷ୍ଟାଲ ଭୋଟ ଜରିଆରେ ଭୋଟ ଦେବାକୁ ମୋଟ 6098 ଜଣ ପଞ୍ଜିକୃତ ହୋଇଛନ୍ତି, ଏବେ ସୁଦ୍ଧା 2270 ଜଣ ଭୋଟର ପୋଷ୍ଟାଲ ବ୍ୟାଲଟ ଜରିଆରେ ମତଦାନ କରିଛନ୍ତି,ପୋଷ୍ଟାଲ ହୋମ ଭୋଟିଙ୍ଗ ଜରିଆରେ ଜିଲ୍ଲାରେ 676 ଜଣ ବୟସ୍କ ନାଗରିକ ମାନେ ମତଦାନ କରିବା ପାଇଁ 37 ଗୋଟି ହୋମ ଭୋଟିଙ୍ଗ ଟିମ ନିୟୋଜିତ କରାଯାଇଛି , (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )