April 30, 2026

ମୋହନା ଅଞ୍ଚଳରେ ପୋଲିସ ର ଫ୍ଲାଗ ମାର୍ଚ୍ଚ ….

plkm0
Share


ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ମୋହନା ବଜାର ମଧ୍ୟରେ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱରେ ଥାନା ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏହି ଫ୍ଲାଗ ମାର୍ଚ୍ଚ ରେ ଯୋଗ ଦେଇଥିଲେ। ଆର. ଉଦୟଗିରି ଉପ ଆରକ୍ଷୀ ଅଧିକ୍ଷକ ଅଶ୍ୱିନ କୁମାର ନାୟକ ମଧ୍ୟ ଏହି ଫ୍ଲାଗ ମାର୍ଚ୍ଚ ରେ ଯୋଗଦେଇ ଘୋଷଣା କରିଥିଲେ କି ଆଗାମୀ ମାସରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନରେ ଯଦି କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରୁଥିବା ଦେଖିବାକୁ ମିଳେ ତେବେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଫ୍ଲାଗ ମାର୍ଚ୍ଚ ସମୟରେ ମୋହନା ପୋଲିସ ସହ ଚନ୍ଦ୍ରଗିରି ଆଉଟ୍ ପୋଷ୍ଟ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

You may have missed