April 26, 2026

ଶ୍ରୀରାମ ନବମୀରେ ବିଜେପି ପକ୍ଷରୁ ବାଇକ୍ ଶୋଭାଯାତ୍ରା 

IMG-20260327-WA0057
Share

ବୁଗୁଡା : ତା ୨୭/୦୩/୨୬ : ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବୁଗୁଡାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଳିଝୋଳା ମନ୍ଦିରଠାରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ବୁଦ୍ଧଖୋଲ ଛକ, ମଦନ ମୋହନ ଛକ, ହାଇସ୍କୁଲ ଛକ, ନୂଆଁ ବସଷ୍ଟାଣ୍ଡ ପରିକ୍ରମା କରି ବଡଦାଣ୍ଡରେ ପହଞ୍ଚିଥିଲା। ଏହି ଆକର୍ଷଣୀୟ ଗୈରିକ ଧ୍ବଜାମୟ ଶୋଭାଯାତ୍ରା ସମୟେ “ଜୟ ଶ୍ରୀରାମ” ଧ୍ବନିରେ ପରିବେଶ ପ୍ରକମ୍ପିତ ସହ ଏକ ଆଧ୍ଯାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଏହି ଶୋଭାଯାତ୍ରାରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନଗର ବିଜେପି ସଭାପତି କେଦାର ନାଥ ମହାରଣା , ଯୁବନେତା ପ୍ରଭାକର ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ବିଜେପିର କର୍ମକର୍ତ୍ତା, କର୍ମୀ ଏବଂ ରାମଭକ୍ତ ସାମିଲ ହୋଇଥିଲେ ।