April 26, 2026

କରପଡା ଗ୍ରାମର ଅଶ୍ବମୁଖୀ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବମୁଖର ଭାବେ ଉଦଯାପିତ 

IMG-20260327-WA0033
Share

 

 

ଛତ୍ରପୁର, ତା.୨୭/୩/୨୬(ଅରୁଣ କୁମାର ପଣ୍ଡା )

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମ ର ଅଧିଷ୍ଠାତ୍ରୀ ଗ୍ରାମଦେଵୀ ମା’ ଅଶ୍ବମୁଖୀ ବୁଢ଼ୀ ଠାକୁରାଣୀ ଙ୍କ ନୂତନ ମନ୍ଦିର ନିର୍ମାଣ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଗତ ୨୨ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପୂର୍ବାହ୍ନରେ ଯମୁନା ସ୍ନାନ ସହ ଉଦଯାପିତ ହୋଇଯାଇଛି ।

ପୂଣ୍ୟତ୍ତୋୟା ଋଷିକୁଲ୍ୟା ନଦୀ ର ଅବବାହିକାରେ ଅବସ୍ଥିତ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡା ଗ୍ରାମ ଏକ ଆଧ୍ୟାତ୍ମିକ ଜାଗରଣ ଶ୍ରେଷ୍ଠତ୍ତର ସ୍ଥାନ ଅଟେ ।

ଏହି ଗ୍ରାମର ସବୁଜିମା ପରିବେଶରେ ଭରପୂର ମାତ୍ରାରେ ରହିଥିବା ସାଂଗକୁ ପ୍ରାକୃତିକ ସମ୍ପଦ ମଧ୍ୟରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଏଠାରେ ଥିବା ଗ୍ରାମଦେଵୀ ମା’ ଅଶ୍ବମୁଖୀ ବୁଢ଼ୀ ଠାକୁରାଣୀ ଙ୍କ ଜୀର୍ଣ୍ଣୋଦ୍ଧାର ମନ୍ଦିର ରୁ ନୂତନ ମନ୍ଦିର କୁ ଦେବତାଙ୍କ ସ୍ଥାନାନ୍ତର ହୋଇଛି । ନୂତନ ମନ୍ଦିର ନିର୍ମାଣ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୫ଦିନ ଧରି ନାମ-ଯଜ୍ଞ, ଗୋ-ଯଜ୍ଞ, ଘୃତ-ଯଜ୍ଞ, ଅନ୍ନ-ଯଜ୍ଞ, ଜ୍ଞାନ-ଯଜ୍ଞ ସହ ସମ୍ପାଦିତ ହୋଇ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଗାଁ ପରିବେଶ କୁ ମୁଖରୀତ କରିଥିଲା ।

ଯଜ୍ଞବେଦୀରେ ସଂସ୍ଥାପକ ଭାବେ ମୁଖ୍ୟ ପ୍ରଚାରକ ପଣ୍ଡିତ ଶ୍ରୀ ସୀମାଞ୍ଚଳ ତ୍ରିପାଠୀ, ଆଚାର୍ଯ୍ୟ ପଣ୍ଡିତ ଶ୍ରୀ ମନୋରଞ୍ଜନ ତ୍ରିପାଠୀ, ପୁରୋହିତ ଶ୍ରୀ ବାବୁଲା ତ୍ରିପାଠୀ

ପ୍ରମୁଖ ଯଜ୍ଞାନୁଷ୍ଠାନ କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ କରି

ଗ୍ରାମରେ ବେଦମନ୍ତ୍ର ଉଚ୍ଚାରଣ କରି ମହକାଇ ଦେଇଛନ୍ତି ।

ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଶହଶ୍ରାଧିକ ସଧବା ନାରୀମାନେ ମସ୍ତକରେ କଳସ ନେଇ କରପଡା ଗ୍ରାମର ଋଷିକୁଲ୍ୟା ନଦୀ କୂଳ କୁ ଯାଇ ପାରମ୍ପରୀକ ବିଧିମତେ

ଯମୁନା ସ୍ନାନ ସହ ଉଦଯାପିତ କରାଯାଇଛି । ଯମୁନା ସ୍ନାନ ପରେ ୫ଶହଶ୍ରାଧିକ ଭକ୍ତଜନ ସ୍ୱାଦିଷ୍ଟ ଅନ୍ନପ୍ରସାଦ ସେବନ କରି ଆତ୍ମ ବିଭୋର ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ

ମା’ ରାମଚଣ୍ଡୀ ପୂଜା କମିଟୀ ସଭାପତି ଶ୍ରୀ ସି.ଏଚ୍. ଦୟାନନ୍ଦ ରେଡ୍ଡୀ ଏବଂ ସଂଯୋଜକ କମଳ କୁମାର ପଣ୍ଡା,

ମୁଖ୍ୟ-ଉଦ୍ୟକ୍ତା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), କରପଡ଼ା ଗ୍ରାମ ପଂଚାୟତ ର ସମସ୍ତ ଗ୍ରାମର ଗ୍ରାମବାସୀଙ୍କ ସମେତ ସରପଞ୍ଚ ଅଜୟ ନାୟକ ଙ୍କ ଉପସ୍ଥିତିରେ ପ୍ରତିଷ୍ଠା କମିଟି ର ସଭାପତି ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ଭାସ୍କର ନାୟକ, କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ, ଏବଂ ଉଭୟ କମିଟୀ ର ସଂଯୋଜକ ରାମଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଦାୟିତ୍ୱ ନିର୍ବାହ ନିର୍ବାହ କରିଥିଲେ ।