September 22, 2026

ଉମରକୋଟ ବିଜୁ ପଟନାୟକ ଷ୍ଟାଡିୟମ ଠାରେ ହେବାକୁ ଥିବା ଟୁର୍ନାମେଣ୍ଟ ମୁଖ୍ୟମନ୍ତ୍ରୀ ଫୁଟବଲ କପ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ………..

IMG-20250327-WA0007
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏପ୍ରିଲ ୦୨ ତାରିଖ ରୁ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଫୁଟବଲ କପ ଟୁର୍ନାମେଣ୍ଟ କିଭଳି ସୁଚାରୁ ରୂପେ ସମ୍ପନ୍ନ ହେବ ଏଥି ପାଇଁ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ କନଫରେନ୍ସ ହଲ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ରେ ନବରଙ୍ଗପୁର ଜ଼ିଲ୍ଲା ର ୧୨ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରୁଥିବା ବେଳେ, ସମ୍ପୂର୍ଣ ଟୁର୍ନାମେଣ୍ଟ କୁ ଜ଼ିଲ୍ଲା କ୍ରୀଡା ସଙ୍ଘ ପରିଚାଳନା କରିବ ବୋଲି ମୁଖ୍ୟ ଅତିଥି ଜ଼ିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି | ଏହି ଫୁଟବଲ ଟୁର୍ନାମେଣ୍ଟ ଏପ୍ରିଲ ୦୨ ତାରିଖ ରୁ ଆରମ୍ଭ ହୋଇ ୬ଦିନ ଧରି ଚାଲିବ | ଏହାକୁ ସୁପରିଚାଳନ ପାଇଁ ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ଅର୍ପଣ କରାଯାଇଛି | ଟୁର୍ନାମେଣ୍ଟ ର ସମସ୍ତ ମ୍ୟାଚ ସାନଭରଣ୍ଡି ସ୍ଥିତ ବିଜୁ ପଟନାୟକ ଷ୍ଟାଡିୟମ ଠାରେ ଆୟୋଜନ କରାଯାଇଛି | ଏହି ଟୁର୍ନାମେଣ୍ଟ ରେ ସମସ୍ତ ୧୪ ବର୍ଷ ରୁ କମ ଫୁଟବଲ ଖେଳାଳି ମାନେ ଅଂଶଗ୍ରହଣ କରି ପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ଏହାଛଡ଼ା ଏହି ପ୍ରତିଯୋଗିତା ରେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି | ସମ୍ମାନିତ ଅତିଥି ଭାବେ ଉମରକୋଟ ପୌର ପରିଷଦ ର ଉପାଧ୍ୟକ୍ଷ ସୁଧାଂଶୁ ଦାଶ, ଜ଼ିଲ୍ଲା କ୍ରୀଡା ସଙ୍ଘ ର ଯୁଗ୍ମ ସମ୍ପାଦକ କେ. ତନଭୀର ଜିଲାନି, ହକି ସମ୍ପାଦକ ତଥା ହେଲ୍ପ ଲାଇନ ର ନିର୍ଦ୍ଦେଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ଇଣ୍ଡୋର ସମ୍ପାଦକ ତଥାହେଲ୍ପ ଲାଇନ ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ କୁମାର ନାୟକ, ଫୁଟବଲ ସମ୍ପାଦକ ଶ୍ରୀ ବେହେରା,କ୍ରୀଡା ଶିକ୍ଷକ ଏମ. ବିଜୟ କୁମାର,ଦୁର୍ଯ୍ୟ ହରିଜନ, ରବି ସୁନା, ଆଦିତ୍ୟ ମିଦୁଲି, ପ୍ରମୁଖ ଯୋଗଦେଇ ଥିବା ବେଳେ, ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା କ୍ରୀଡା ସଙ୍ଘ ର ମହିଳା ସଂଯୋଜିକା ତଥା ହେଲ୍ପ ଲାଇନ ର ଉପସଭାପତି ଇ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ l