April 29, 2026

ଗଜପତିରେ ପୁଣି 4 ଟିକିଆ ଜଙ୍ଗଲି ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ                       

IMG-20260227-WA0035
Share

 

 

ପାରଳାଖେମୁଣ୍ଡି:୨୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ତହସିଲରେ ପୁଣି 4 ଟିକିଆ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପନିପରିବା, ମକା ଓ ଆଖୁ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି. ଏହି ତହସିଲ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ଅଞ୍ଚଳର ପୁର୍ରୁଟିଗୁଡ଼ା, ଭନ୍ନା, ଗୈରୀ ଆଦି ଅଞ୍ଚଳରେ ଚାରୋଟି ଜଙ୍ଗଲୀ ହାତୀପଲ ଗ୍ରାମ ମୁହାଁ ହୋଇ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଆଖପାଖ ଅଞ୍ଚଳରେ ରହୁଥ‌ିବା ଗ୍ରାମବାସୀ ଏହି 4 ଟିକିଆ ହାତୀପଲକୁ ନେଇ ଭୟ ଓ ଆତଙ୍କରେ ଜୀବନଯାପନ କରୁଛନ୍ତି. ଏହି ହାତୀପଲ ପୂର୍ବରୁ କାଶୀନଗର ଅଞ୍ଚଳରେ ରହିଥିଲେ. କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଏହି ହାତପଲ ଭନ୍ନା, ଗୈରୀ ପୁରୁଟିଗୁଡା ଅଞ୍ଚଳରେ ଥିବା ପନିପରିବା, ଆଖୁ ଓ ମକା ଚାଷ କରାଯାଇ ଥିବା ଜମିରେ ପଶିଯାଇ ଫସଲ ନଷ୍ଟ କରୁଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳର ଚାଷ ଜମିରେ ଟମାଟୋ, ମକା, ଆଖୁ ସହ ଅନ୍ୟାନ୍ୟ ପନିପରିବାକୁ ନେଇ ହାତୀପଲ ସଂପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛନ୍ତି. ହାତୀ ଉପଦ୍ରବ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ସହ ଜଙ୍ଗଲୀ ହାତୀଙ୍କ ଦାଉରୁ ସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.

You may have missed