March 8, 2026
ajiro khabar
Share

 

୧-ପୁରୀ: ଶ୍ରୀମନ୍ଦିରରେ ଦୋଳଯାତ୍ରା ନୀତି ଆରମ୍ଭ, ଚାଚେରୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।

 

୨-ଭୁବନେଶ୍ୱର:ମାର୍ଚ୍ଚ ୧୬ରେ ରାଜ୍ୟ ସଭା ଭୋଟ୍ ଓ ଫଳ, ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୫।

 

୩-ଭୁବନେଶ୍ୱର:୪୮ ବିଧାୟକଙ୍କୁ ନବୀନ ନିବାସ ଡାକରା, ଆଜି ସଂଧ୍ୟାରେ ହେବ ବୈଠକ।

 

୪-ଆଜିଠାରୁ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ,ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲରେ ଅନଲାଇନ୍ ରେ ଫର୍ମ ପୂରଣ।

 

୫-ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ବଢ଼ିବ ଦିନ ଓ ରାତି ତାପମାତ୍ରା।

 

୬-ସରପ୍ରାଇଜ୍‌ ଦେବେ ନବୀନ, ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନେଲା ୬ ସେଟ୍ ଫର୍ମ।

 

୭-କେନ୍ଦ୍ରାପଡ଼ା,ଜୁଣଗଡି ଗାଁ:ଧାନ ବିକି ନ ପାରି ଆଖି ବୁଜିଲେ ଚାଷୀ। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ।

 

 

୮-କେସିଙ୍ଗା: ଥାନା ପରିସରରେ ଜଳିଗଲା ୧୦ ଜବତ ଗାଡ଼ି।

 

୯-ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ଟିମ୍‌ ଇଣ୍ଡିଆକୁ ଆଶ୍ୱସ୍ତି।

 

୧୦-ଚେନ୍ନାଇ:ଜିମ୍ବାୱେ ବିପକ୍ଷରେ ଭାରତର ବିପୁଳ ବିଜୟ, ସେମିଫାଇନାଲ ଆଶା ବଜାୟ।

 

୧୧-ଦିନ ମଜୁରିଆଙ୍କୁ ଦୈନିକ ୨୦୦ ଟଙ୍କା ସ୍ବତନ୍ତ୍ର ପ୍ରୋତ୍ସାହନ ଦେବ ଓଡ଼ିଶା ଜଳ ଯୋଗାଣ ବୋର୍ଡ।

 

୧୨-କେନ୍ଦ୍ରାପଡ଼ା,ଧୁମାନ୍ତ ଶାସନ:ଅଙ୍ଗନବାଡ଼ି କେନ୍ଦ୍ରରେ ମଦ ବ୍ୟବସାୟ,୧୩ ବୋତଲ ଦେଶୀ ମଦ ଆସ୍କା-୪୦ ଜବତ।

 

୧୩-ଛତିଶଗଡ଼ରେ ନକ୍ସଲଙ୍କୁ ବଡ଼ ଝଟକା; ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଏନକାଉଣ୍ଟରରେ ଟଳିଲେ୨ ହାର୍ଡକୋର ମାଓବାଦୀ।

 

୧୪-‘ଦ କେରଳ ଷ୍ଟୋରୀ-୨’ ରିଲିଜ୍ ଉପରେ ରୋକ ଲଗାଇଲେ ହାଇକୋର୍ଟ; CBFCକୁ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ,ସେନ୍ସର ବୋର୍ଡ ଉପରେ ଉଠିଲା ଗମ୍ଭୀର ପ୍ରଶ୍ନ।

 

୧୫-ଦିଲ୍ଲୀରେ ଓଡ଼ିଶା ଭବନ ପାଇଁ ୯୩.୨୭ କୋଟି ଟଙ୍କା ମଞ୍ଜୁର।

 

୧୬-NCERT ଉପରେ ପ୍ରଧାନମନ୍ତ୍ରୀ କ୍ଷୁବ୍ଧ,ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି।

 

୧୭-ଚଳିତ ବର୍ଷର ପ୍ରଥମ ଶକ୍ତିଶାଳୀ ମହାବାତ୍ୟା ‘ହୋରାସିଓ’ ମରିସସର ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ। ରୋଡ୍ରିଗୁଏସ ଦ୍ୱୀପ ଉପରେ ପଡ଼ିଛି ଅଧିକ ପ୍ରଭାବ।

 

୧୮-ଭାରତ -ଇସ୍ରାଏଲ୍ ମଧ୍ୟରେ ୧୨ ବୁଝାମଣା ସ୍ବାକ୍ଷର,ୟୁପିଆଇ ରେ କରିବେ ନେଣ ଦେଣ।

 

୧୯-ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଇନଷ୍ଟାରେ ମୋଦୀଙ୍କ ଅନୁଗାମୀ ୧୦ କୋଟି।