March 8, 2026

IND vs ZIM T20: ସୁପର-୮ ମୁକାବିଲାରେ ଭାରତ ବିଜୟୀ, ଲଢ଼େଇ କରି ଜିମ୍ବାୱେକୁ ଜିତାଇ ପାରିଲେନି ବ୍ରାଏନ୍‌

IMG-20260227-WA0003
Share

 

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୁରୁଷ ଟି୨୦ ବିଶ୍ବକପ୍‌-୨୦୨୬ର ସୁପର-୮ ରାଉଣ୍ଡରେ ଆଜି ଜିମ୍ବାୱେକୁ ଭାରତ ୭୨ ରନ୍‌ରେ ପରାସ୍ତ କରିଛି। ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଜିମ୍ବାୱେ ୬ ୱିକେଟ୍‌ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି।

 

 

 

ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୁରୁଷ ଟି୨୦ ବିଶ୍ବକପ୍‌-୨୦୨୬ର ସୁପର-୮ ରାଉଣ୍ଡରେ ଆଜି ଜିମ୍ବାୱେକୁ ଭାରତ ୭୨ ରନ୍‌ରେ ପରାସ୍ତ କରିଛି। ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଜିମ୍ବାୱେ ୬ ୱିକେଟ୍‌ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି। ଜିମ୍ବାୱେ ପାଇଁ ବ୍ରାଏନ୍‌ ବେନ୍ନେଟ ସଂଘର୍ଷ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଶେଷ ପର୍ଯ୍ୟନ୍ତ ଖେଳିଥିଲେ। ସେ ୫୯ଟି ବଲ୍‌ ସାମ୍ନା କରିଥିଲେ। ୮ଟି ଚୌକା ଓ ୬ଟି ଛକା ବଳରେ ସେ ୯୭ ରନ୍‌ ସଂଗ୍ରହ କରିଥିଲେ।

 

ଭାରତର ବିଜୟରେ ଉଭୟ ବ୍ୟାଟର ଏବଂ ବୋଲରଙ୍କ ଚମକପ୍ରଦ ପ୍ରଦର୍ଶନ ଥିଲା। ଭାରତୀୟ ବୋଲର ଅର୍ଶଦୀପ ସିଂହ ୩ଟି ୱିକେଟ୍‌ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

 

 

ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଜିମ୍ବାୱେର ଅଧିନାୟକ ସିକନ୍ଦର ରଜା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତୀୟ ଟିମ୍‌ ବ୍ୟାଟିଂ କରିଥିଳା। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୪ଟି ୱିକେଟ୍‌ ହରାଇ ୨୫୬ ରନ୍‌ ସଂଗ୍ରହ କରିଥିଲା।

 

ଟି-୨୦ ବିଶ୍ବକପ୍‌-୨୦୨୬ରେ କୌଣସି ଟିମ୍‌ର ଏହା ହେଉଛି ସର୍ବାଧିକ ସ୍କୋର। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ଅଭିଷେକ ଶର୍ମା ମଧ୍ୟ ୫୫ ରନ୍‌ କରିଥିବା ବେଳେ ଯୁବ କ୍ରିକେଟ୍‌ର ତିଲକ ବର୍ମା ମଧ୍ୟ ଅପରାଜିତ ୪୪ ରନ୍‌ ସଂଗ୍ରହ କରିଥିଲେ।

ଭାରତୀୟ ଟିମ୍‌ର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ସଂଜୁ ସାମସନ ଏବଂ ଅଭିଷେକ ଶର୍ମା ପ୍ରଥମ ୱିକେଟ୍‌ ପାଇଁ ୪୮ ରନ୍‌ ସଂଗ୍ରହ କରିଥିଲେ। ସଂଜୁ ସାମସନ ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ସଂଜୁଙ୍କୁ ବ୍ଲେସିଂ ମୁଜାରବାନି ରୟାନ ବଲ୍‌ଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ଏହା ପରେ ଈଶାନ କିଶନ ଏବଂ ଅଭିଷେକ ଶର୍ମା ଦ୍ବିତୀୟ ୱିକେଟ୍‌ ପାଇଁ ୭୨ ରନ୍‌ ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ସମୟରେ ଅଭିଷେକ ଶର୍ମା ୨୬ଟି ବଲ୍‌ ଖେଳି ଅର୍ଦ୍ଧଶତକ ପୂରା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅଭିଷେକ ପ୍ରଥମ ଥର ୫୦ ରନ୍‌ ଅତିକ୍ରମ କରିଛନ୍ତି।