April 26, 2026

ପାରଳାଖେମୁଣ୍ଡିସ୍ଥିତମହାରାଜାଙ୍କସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ”ଶତବାର୍ଷିକୀ” ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

WhatsApp Image 2023-02-27 at 11.53.31
Share

 

ପାରଳାଖେମୁଣ୍ଡି:୨୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୧୯୧୯ ମସିହାରେ ସ୍ଥାପିତ ହୋଇଥିବା ମହାରାଜାଙ୍କ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ ” ଚଳିତ ମାସର ଆସନ୍ତା ୨୮ ତାରିଖ ଦିନ ମହା ଆଡମ୍ବର ସହକାରେ ସ୍ଥାନୀୟ ଟାଉନ ହଲ ଠାରେ ପାଳନ ହେବ ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚେମ୍ବରରେ ଶେଷ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ କମିଟିର କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି ।ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନଙ୍କ ସମେତ ପୁରାତନ ଛାତ୍ରୀ ସଂସଦ କମିଟିର ସଭାପତି ଅଧ୍ୟାପିକା ଶ୍ରୀମତୀ କଳ୍ପନା ବେହେରା , ସମ୍ପାଦିକା ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ , ଉପଦେଷ୍ଟା ମଣ୍ଡଳୀରକିଶୋରୀ ମଣି ପାଢ଼ୀ , ସୁଷମା ପାଣିଗ୍ରାହୀ , ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀ ସୁଦର୍ଶନ ରାଓ , କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଏବଂ ବିଦ୍ୟାଳୟର ଶିକ୍ଷୟତ୍ରୀ-ଶିକ୍ଷକ ଗଣ ଉପସ୍ଥିତ ରହିବା ସହ ସମସ୍ତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ବୈଠକ ଆଲୋଚନା ମଧ୍ୟରେ ମୁଖ୍ୟତଃ ଐତିହ୍ୟ ସମ୍ପନ୍ନ ଏହି ପୁରାତନ ଶତାୟୁ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ” କିଭଳି ମହା ଆଡମ୍ବର ସହକାରେ ପାଳନ ହେବା ସହ ନିମନ୍ତ୍ରିତ ଅତିଥି ମାନଙ୍କୁ କିଭଳି ଆବାହନ କରାଯିବ ଏବଂ ସମସ୍ତ ପରିଚାଳନା କାର୍ଯ୍ୟକ୍ରମ କିଭଳି ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ , ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଅନୁରୋଧ ଜଣାଇଛନ୍ତି ଛାତ୍ରୀ ସଂସଦର ସମ୍ପାଦିକା ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଏବଂ ସଭାପତି ଅଧ୍ୟାପିକା ଶ୍ରୀମତୀ କଳ୍ପନା ବେହେରା ।