June 20, 2026

ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଂକୁ ଚିଠି ଲେଖିଲେ

IMG-20260127-WA0006
Share

ପାରଳାଖେମୁଣ୍ଡି-ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ଯ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଂକୁ ଚିଠି ଦ୍ବାରା ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଚିଠି ଲେଖି ଜଣାଇଛନ୍ତି।ସେ ବିଭିନ୍ନ ପ୍ରସ୍ତାବିତ ରାସ୍ତା ମଧ୍ଯରେ ଗୋଷାଣି ବ୍ଲକର କେରାଣ୍ଡି ଠାରୁ ବିଏନ ପ୍ୟାଲେସ(୩କିମି),ପିଡବ୍ଲ୍ୟୁଡି ରାସ୍ତାଠାରୁ ଆଂକୁଡୁ ଭାୟା ବୀରନାରାୟଣପୁର (୩କିମି),ଅଗ୍ନି ଶ୍ରମ କେନ୍ଦ୍ର ଠାରୁ ମର୍କଡା ଭାୟା ଡାକ୍ତରବାଂଜେରୀ (୫କିମି), କାଶୀନଗର ବ୍ଲକର ଆର୍.ଡି.ରାସ୍ତା ଠାରୁ ସାନସାଂଗଗୁଡା ଭାୟା କୁସୁମଗୁଡା (୩କିମି),ପିଡବ୍ଲ୍ୟୁଡି ରାସ୍ତା ଠାରୁ ସିରିଡା ଭାୟା ମରସେଲଗୁଡା ଏବଂ ଚିଲିକା ଗୁଡା(୫କିମି),ଆରଡି ରୋଡରୁ ଖରଡାସିଂ ଭାୟା ବାବଲିଗୁଡା (୩କିମି) ଏବଂ ଗୁମ୍ମା ବ୍ଲକର ବୁରୁଦିନି ଠାରୁ ଅନୁକମ୍ପା ଭାୟା ଆବାଡା ଏବଂ ଡଂଗାସିଂ ତଥା ଆରଡି ରୋଡ ଠାରୁ ଜାନୀଗୁଡା (୩କିମି)।ସେ ଆଶା କରିଛନ୍ତି ଏହା ଯଥା ଶୀଘ୍ର ଅନୁମୋଦନ ହେବ।ଅଂଚଳବାସୀ ବିଧାୟକଙ୍କ ଏହି ମହନୀୟତା ପାଇଁ କୃତଜ୍ଞତା ଜଣାଇଛନ୍ତି।ବର୍ତ୍ତମାନ ଅଗ୍ନି ଶ୍ରମ କେନ୍ଦ୍ର ଠାରୁ ଡାକ୍ତରବାଂଜେରୀ ପାଇଁ ୪ କୋଟି ୭୦ ଲକ୍ଷ ମଂଜୁର କରାଯାଇଛି। ଜିଲ୍ଲା ପରିଷଦର ସଦସ୍ଯ ଏସ୍. ବାଲରାଜୁ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

You may have missed