ଗୁରୁକୁଳ ରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଭଲ ମଣିଷ ହେବାର ଉତ୍ତମ ଶିକ୍ଷା ଦିଆଯାଉଛି

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ସିନେମାହଲ ଛକ ନିକଟସ୍ଥ ଡ଼ିଏଭି ଗୁରୁକୁଳ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ଗୁରୁକୁଳ ର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ଏହି ବିଦ୍ୟାଳୟ ର ଅଧକ୍ଷ ରଞ୍ଜନ କୁମାର ଚିହ୍ନେରାଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ବ୍ରହ୍ମଗିରି ବ୍ଲକ ର ଅତିରିକ୍ତ ତହସିଲଦାର ଦେହୁରୀ ସାର, ସମ୍ମାନିତ ଅତିଥିଭାବେ ବ୍ରଜବନ୍ଧୁ ମଲ୍ଲିକ, ସାହିତ୍ୟିକ, ଗବେଷକ, ଐତିହାସିକ ତତ୍ତ୍ୱକବି ବିଭୁଦତ୍ତ ଭିକାରୀ ଚରଣ ଜେନା, ବେଣ୍ଟପୁର ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ଯୁବନେତା ଜିବେଶ କୁମାର ରାଉତରାୟ, ପଣସପଡା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷ ବିରଞ୍ଚିନାରାୟଣ ପରିଡା, ଅବସରପ୍ରାପ୍ତ ଅଧକ୍ଷ ସୁଶାନ୍ତ କୁମାର ପରିଡା, ସୁରେଶ ଚନ୍ଦ୍ର ପୃଷ୍ଟି, ଅର୍ଜୁନ ଦଳାଇ ଓ ରଞ୍ଜନ କୁମାର ଚିହ୍ନେରାଙ୍କ ସହିତ ବ୍ରହ୍ମଗିରି ବ୍ଲକର ବିଶିଷ୍ଟ ବ୍ୟକ୍ତିମାନେ ଜାତୀୟ ପତାକା ଧରି ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରାତଃ ଭ୍ରମଣରେ ଗୁରୁକୁଳ ଠାରୁ ଶ୍ରୀଅଲାରନାଥ ମନ୍ଦିର ହୋଇ ଚାପପୋଖରୀ ହୋଇ ନହରପଦା ବଜାର ହୋଇ ଗୁରୁକୁଳ ରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ପରେପରେ ଅତିଥିମାନେ ମଞ୍ଚାସିନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାପରେ ଗୁରୁକୁଳ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ଅତିଥିମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିବାପରେ ଗୁରୁକୁଳ ର ଅଧକ୍ଷ ରଞ୍ଜନ କୁମାର ଚି଼ନେରା ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଏହି ଗୁରୁକୁଳ ମାତ୍ର ଦୁଇବର୍ଷର ଶିଶୁଟିଏ ଏହି ଗୁରୁକୁଳ କୁ ଆଗକୁ ନେବାପାଇଁ ଆପଣ ଅଭିଭାବକମାନଙ୍କ ପ୍ରୟାସ କୁ ଆଜି ମୁଣ୍ଡ ନୁଆଇଁ ସମ୍ମାନ ଜଣାଉଛି l ଏଥିସହିତ କହିଥିଲେ ଯେ ଏହି ଗୁରୁକୁଳ ରେ ଉତ୍ତମ ଶିକ୍ଷା ଦିଆଯିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ମାର୍କ ପଛରେ ନାଗୋଡ଼ାଇ ଭଲ ପାଠପଢିବା ସହିତ ଜଣେ ଭଲମଣିଷ ଗଢ଼ିତୋଳିବା ର ପ୍ରୟାସ ଜାରି ରଖିଛି ଏବଂ ରଖିବ ସର୍ବଶେଷରେ ଦ୍ଵିତୀୟ ବାର୍ଷିକ ଉତ୍ସବ ସହିତ ସାଧାରଣତନ୍ତ୍ର ଦିବସ ଉତ୍ତମ ଅତି ସୁନ୍ଦର ଭାବରେ ପାଳନ କରାଯାଇଥିବାରୁ ସମସ୍ତ ଶ୍ରେୟ ଅଭିଭାବକ ମାନଙ୍କୁ ପ୍ରଦାନ କରିଥିଲେ ଗୁରୁକୁଳ ର ଅଧକ୍ଷ l ପରେପରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ସହିତ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସର୍ବଶେଷରେ ଅତିଥିମାନଙ୍କ ସହିତ ଅଭିଭାବକ, ଛାତ୍ରଛାତ୍ରୀମାନେ, ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏକାଠି ମିଶି ପ୍ରୀତିଭୋଜନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗୁରୁକୁଳ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ l ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ ଗୁରୁକୁଳ ର ଶିକ୍ଷକ ସଞ୍ଜୟ ସାର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
