May 11, 2026

ନୂଆଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟିଲେ ଅବସର ପ୍ରାପ୍ତ ଶିକ୍ଷକ ସଂଘ

IMG-20250127-WA0067
Share

 

ସମ୍ବଲପୁର:ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ କରାଯାଇଥିଲା।ଏହି ଅବସରରେ ପ୍ରାକ୍ତନ ଶିକ୍ଷାଧିକାରୀ ମିନାରାଣୀ ମଙ୍ଗଳ ଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏକ ସୌଜନ୍ୟ ମୂଳକ ଆଲୋଚନା ରେ ସାମ୍ପ୍ରତିକ ନୂତନ ଶିକ୍ଷା ନୀତି ଉପରେ ଆଲୋଚନା କରାଯାଇ ଜିଲ୍ଲା ରେ ନୂତନ ଶିକ୍ଷାନୀତି ପ୍ରଣୟନ ଓ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ ପ୍ରାକ୍ତନ ଶିକ୍ଷକ ମାନେ ଆବଶ୍ୟକ ସ୍ଥଳେ ସବୁପ୍ରକାର ସହଯୋଗ ର ପ୍ରତିଶ୍ରୁତି ଦେଇଥିଲେ।ଏହି ପ୍ରତିନିଧି ମଣ୍ଡଳୀ ରେ ,ସଭାପତି ହୀରାଲାଲ ବାରିକ ,ସମ୍ପାଦକ ରାଜେନ୍ଦ୍ର ପଣ୍ଡା ଙ୍କ ସମେତ ଯଶୋବନ୍ତ ସାହୁ,ଡ଼. ରାଜକୁମାର ସାଣ୍ଡିଲ୍ୟ,ପଦ୍ମନାଭ ମହାକୁଡ଼,କିଶୋର ପାଣିଗ୍ରାହୀ,ବାଳକୃଷ୍ଣ ବିଶ୍ୱାଳ ଓ ବ୍ରଜେନ୍ଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।