May 14, 2026

ଉମରକୋଟ ଠାରେ ଧୂମ ଧାମ ରେ ସାଧାରଣତନ୍ତ୍ର ଦିବସ ପାଳିତ…..

IMG-20250127-WA0070
Share

 

 

ଉମରକୋଟ-:(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ଠାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ଡିଏନକେ ମିନି ଷ୍ଟାଡିୟମ ଠାରେ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଉପ ଜିଲାପାଳ ପ୍ରକାଶ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟ ଓ କଲେଜ,ପକ୍ଷରୁ ଆସିଥିବା ପରେଡ ଗ୍ରୁପଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ସ୍ନମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ପୌରପରିଷଦର ଅଧକ୍ଷା ରାଧା ଭତ୍ରା,ଉପାଧକ୍ଷ ସୁଧାଂଶୁ ଦାସ,ଓକିଲ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ ,ପୋଲିସ ବିଭାଗର ଏସ.ଡି.ପିଓ । ଉମରକୋଟ ତହସିଲଦାର ତଥା ସାଧାରଣତନ୍ତ୍ର ଦିବସ କମିଟିର ସଭାପତି ଶ୍ରୀ ମେଘବାନ ବାଘଙ୍କ ତତ୍ୱ ବଧନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ଓ କଲେଜ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ଏହି କମିଟି ଦ୍ୱାରା ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା ପ୍ରତିଯୋଗିତା ମାନ କରି ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମନଙ୍କ ଦ୍ୱାରା ମାନପତ୍ର ସହ ,କୋପ ମାନ ପ୍ରଦାନ କରାଯାଇଥିଲା। ସେହିପରି ପ୍ୟାରେଡ଼ରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଦଳ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅନ୍ୟପଟେ ଏହି କାର୍ଯ୍ୟକ୍ରମ କୁ ସାଧାରଣତନ୍ତ୍ର ଦିବସ କମିଟିର ସଦସ୍ୟ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି ଓ ଚନ୍ଦନା ମଲ୍ଲିକ,ନରେଶ ପଟନାୟକ,ରାମ ନାୟକ,ଟୁଲୁ ସାହୁ,ଦୁର୍ଗା ମଲିକ,ଶ୍ରୀନବାସ ପଟନାୟକ, କୃଷ୍ଣ ପ୍ରସାଦ ପଟନାୟକ,ସହ ତହସିଲ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ସୁଧାଂଶୁ ମିଶ୍ର,ରାଜସ୍ବ ନିରୀକ୍ଷକ ରାଜେଶ ଦେଉରିଆ, ସୁପରଭାଇଜେର ଶ୍ରୀ ଅନୀଲ କୁମାର ଦାସ,ସହ ରବୀନ୍ଦ୍ର କୁମାର ସାହୁ ,ଅତିରିକ୍ତ ରାଜସ୍ୱ ନିକ୍ଷକ ମୁକ୍ତିକାନ୍ତ ଜେନା, ସୁନୀଲ କୁମାର ଜେନା ସହ ଅନ୍ୟ ମାନଙ୍କ ସହଯୋଗ କରିଥିଲେ।