May 11, 2026

ରୂପା ଆଣ୍ଡ ଟ୍ରୁପ ର ରୌପ୍ୟ ଜୟନ୍ତୀ ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତା ୨୭, ୨୮ ଓ ୨୯ତାରିଖରେ ଅନୁଷ୍ଠିତ ହେଵ।

IMG-20250127-WA0009
Share

ରୂପା ଆଣ୍ଡ ଟ୍ରୁପ ର ରୌପ୍ୟ ଜୟନ୍ତୀ ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତା ୨୭, ୨୮ ଓ ୨୯ତାରିଖରେ ଅନୁଷ୍ଠିତ ହେଵ। ତିନିଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ପାରମ୍ପରିକ ନୃତ୍ୟ ପରିବେଶଣ କରାଯିବ। ପ୍ରତିଦିନ ଓଡିଶୀ ନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ବିଶ୍ବରୂପ ନୃତ୍ୟ, କାଞ୍ଚି ଅଭିଯାନ, ବନ୍ଦେମାତରମ ନୃତ୍ୟ ପରିବେଶଣ କରାଯିବ। ତିନିଦିନରେ ୧୧ଜଣଙ୍କ ବରିଷ୍ଠ ନୃତ୍ୟଶିଳ୍ପୀଙ୍କୁ ସମ୍ମାନିତ କରାଯିବ। ପଦ୍ମଶ୍ରୀ ଇଲିୟାନା ସିତାରିଷ୍ଟଙ୍କ ଠାରୁ ଆରମ୍ଭ କରି ମନମଥ ଶତପଥୀ, ଚପଳା ମିଶ୍ର, ପ୍ରତିଭା ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯିବ ରୂପା ଆଣ୍ଡ ଟ୍ରୁପର ଦିବଙ୍ଗତ ଶିଳ୍ପୀ ପୁଷ୍ପଲତା ମହାନ୍ତି ସମ୍ମାନ ଜଣେ ଯୁବଶିଳ୍ପୀଙ୍କୁ ପ୍ରଦାନ କରାଯିବ । ଓଡିଶୀ ନୃତ୍ୟ ପାଇଁ ଅନବଦ୍ୟ ଚେଷ୍ଠା କରିଥିବା ୮ଟି ଅନୁଷ୍ଠାନ କୁ ପୂରସ୍କୃତ କରାଯିବ ବୋଲି ଆଜି ଅର୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଏକ ସାମ୍ବାଦିକ ସମ୍ମିଳନୀ ରୂପା ଆଣ୍ଡ ଟ୍ରୁପଳ ସଭାପତି ଓ ସମ୍ପାଦକ ଓ ଉପଦେଷ୍ଟା କହିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ