May 11, 2026

ବିଭିନ୍ନ ଅନୁଷ୍ଠାନ ତରଫରୁ 76 ତମ ସାଧାରଣ ତନ୍ତ୍ର ଦିବସ 

IMG-20250127-WA0006
Share

 

ଭଞ୍ଜନଗର(ସୁକାନ୍ତ କୁମାର ନାୟକ)

ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ 76 ତମ ଗଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି ।ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ

ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ

ସେହିପରି ଭଞ୍ଜନଗର ଅଟୋ ଚାଳକ ସଙ୍ଘ, ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ, ବରିଷ୍ଠ ନାଗରିକ ମଞ୍ଚ ଓ ଭଞ୍ଜନଗର ପ୍ରେସ କ୍ଲବ ଠାରେ ଗଣତନ୍ତ୍ର ଦିବସ ପାଳନ ହୋଇଛି।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ପ୍ୟାରେଡ଼ ଦର୍ଶକ ଙ୍କୁ ଆକର୍ଷଣ କରିଥିଲା।ସେହିପରି ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ସେହିପରି ବାଉଁଶ ଲୁଣ୍ଡି ର ସର୍ବ ପୁରାତନ ପାଠାଗାର ରାଧା କୃଷ୍ଣ ପାଠଗର ,ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ, ବଚପନ ପ୍ଲେ ସ୍କୁଲ ଠାରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି।