November 21, 2024

ବୁଗୁଡ଼ାରେ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହ

Share

ବୁଗୁଡ଼ା :ତା ୨୭/୦୧/୨୩ : ସ୍ଥାନୀୟ କବି ସମ୍ରାଟ ସ୍ମାରକ ସଂସଦ ପକ୍ଷରୁ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ମହନ୍ତ ଭକ୍ତରାମ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ଡ଼.କୃତିବାସ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ଡ଼.ଭବାନୀ ଶଙ୍କର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଡ଼.ବୃଷକେତୁ ଦାଶ, ରଘୁନାଥ ସାହୁ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ l କବି ସମ୍ରାଟ ସ୍ମାରକ ସଂସଦର ସମ୍ପାଦକ ବିଭୁତି ଭୂଷଣ ମିଶ୍ରଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୌରୀ ଶଙ୍କର ମିଶ୍ର, ଭିକାରି ଜେନା, ନନ୍ଦ କିଶୋର ମିଶ୍ର,ତପନ କୁମାର ମହାପାତ୍ର,ଚିନ୍ମୟ ଦାଶ, ଯମୁନା ପ୍ରଧାନ,ରୁବି ପ୍ରଧାନ, ମୀରା ପାତ୍ର, ମୀରା ବେହେରା,ସ୍ମୃତି ରାଣୀ ବିଷୋୟୀ, ଦୀପା ମାଝୀ, ପ୍ରିୟଙ୍କା ଡାକୁଆ, ଲକ୍ଷ୍ମୀ ପ୍ରିୟା ନାୟକ, ପୂଜା ବରାଡ଼, ପୂର୍ଣ୍ଣିମା ପାତ୍ର, ଲୁସି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
ସେହିପରି ବୁଗୁଡ଼ା ବ୍ଲକ ଖୋଳଖାଳି ଗ୍ରାମସ୍ଥ ଭଞ୍ଜମାଟି କାର୍ଯାଳୟ ପରିସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି । ସଂସଦ ସମ୍ପାଦକ କାମରାଜୁ ସାହାଣୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ କୁଲାଡ଼ ରାଜା ସାହେବ ପ୍ରଶାନ୍ତ କୁମାର ଭଞ୍ଜ ଦେଓ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜକିଶୋର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ଯାପକ ତଥା ସଙ୍ଗୀତ ବିଶାରଦ ଲୋକନାଥ ମହାନ୍ତି, ସମ୍ମାନିତ ବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ଭୋଳ ଓ ଅତିଥି ଭାବେ କବି ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉପେନ୍ଦ୍ର ଭଞ୍ଜଙ୍କ ରଚନାବଳୀ ହେଉଛି ଓଡିଆ ଭାଷା, ସଙ୍ଗୀତ ଓ ସଂସ୍କୃତିର କୋଣାର୍କ ମନ୍ଦିର ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ଗୁରୁଶ୍ରୀ ସୁରେନ୍ଦ୍ର ନାଥ ଦାସ, ମଧୁ ମଙ୍ଗଳ ମହାରଣା, କାଳୁ ଚରଣ ଘଡାଇ, ପ୍ରଭାକର ସ୍ବାଇଁ, ଧୋବା ଗୌଡ, ବସନ୍ତ କୁମାର ବିଷୋୟୀ ପ୍ରମୁଖ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ ।

You may have missed