April 24, 2026

 ହାଟଡିହି ପଞ୍ଚାୟତ ୭୪ ତମ ସାଧାରଣତନ୍ତ ଦିବସ ପାଳିତ।

uiy7y6
Share

ହାଟଡିହି ର ବିଭିନ୍ନ ଅଞ୍ଚଳ ରେ ଜନରାଜ୍ୟ ଦିବସ ପାଳିତ।
୭୪ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି। ଯାହାକି ହାଟଡିହି ପଞ୍ଚାୟତ ରେ ସରପଂଚ ଚିନ୍ମୟ ନାୟକ ଓ ନିର୍ବାହୀ ଅଧିକାରୀ ଶରତ ଵେଜ ଙ୍କ ସହ କାମପାଳ ନାୟକ ବରିଷ୍ଠ ବିଜେଡି ନେତା ଓ ସରପଞ୍ଚଙ୍କ ବହୁ ସମର୍ଥକ ସବୁ ୱାର୍ଡ ମେମ୍ବର ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ହାଟଡିହି ନୋଡାଲ ସ୍କୁଲ୍ ଛାତ୍ର ଛାତ୍ରୀ ମାନେ ଦେଶାତ୍ମ ବୋଧକ ସଙ୍ଗୀତ ଗାନ କରିବା ପରେ ଦେଶର ତ୍ରିରଙ୍ଗା ପତାକା ତଳେ ରହି ଅନ୍ୟାୟ ଦୁର୍ନୀତି ଅଭିଯୋଗ ଦୂରେଇ ଦେଶ ପାଇଁ କିଛି କରିବା ପାଇଁ ସମସ୍ତେ ଶପଥ ନେବା ବୋଲି ସରପଞ୍ଚ ମତ ପ୍ରକାଶ କରିଥିଲେ। ସେହିପରି ଢ଼େଙ୍କା ପଞ୍ଚାୟତ ରେ ସରପଂଚ ସୁବସିନି ସେଠୀ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ,ଓ ଜିଆରଏସ ପ୍ରଫୁଲ୍ଲ ମାଝୀ , ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ନାୟକ ଙ୍କ ସହ ୱାର୍ଡ ମେମ୍ବର ଓ ଗ୍ରାମ ବାସି ମାନେ ଯୋଗ ଦେଇଥିଲେ। ସେହି ପରି ହାଟଡିହି ବ୍ଲକ କାର୍ଯ୍ୟାଳୟ ରେ ମଧ୍ୟ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉନ୍ନୟନ ଅଧିକାରୀ ବିନିତା ବିଜୟିନୀ, ୩୬ନଂ ଜୋନଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ୩୫ନଂ ଜୋନ ଜିଲ୍ଲା ପରିଷଦ ସୁକାନ୍ତି ଯେନା, ସାଂସଦ ପ୍ରତିନିଧି ନନ୍ଦୁ ଜେନା ରହି ଥିଲେ। ବ୍ଲକ ମଧ୍ୟରେ ହାଟଡିହି ସରସ୍ଵତି ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭାଷଣ ରେ ବ୍ଲକ ପ୍ରକମ୍ପିତ ହୋଇଥିଲା।
( କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ)

You may have missed