ବାମଡିହ ପ୍ରିମିଅର ଲିଗ୍ ଉଦଘାଟିତ ଆଜି କିଙ୍ଗ ଜଗୁଆର ଓ ଶୁଭମ ୧୧ ବିଜେତା :ରବିବାର ହେବ ଫାଇନାଲ
ଖୋର୍ଦ୍ଧା,(ପ୍ରିୟଙ୍କା ମହାପାତ୍ର):- ବେଗୁନିଆ ବ୍ଲକ୍ ବାଘମାରି ଗ୍ରାମ ପଞ୍ଚାୟତ ର ବାମଡିହ ଖେଳ ପଡିଆ ରେ ପ୍ରଧାନ କନଷ୍ଟ୍ରକସନ ଦ୍ଵାରା ପ୍ରାୟୋଜିତ ବାମଡିହ ପ୍ରିମିଅର ଲିଗ୍ ଉଦଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନୀ ଉତ୍ସଵ ରେ ଅତିଥି ଭାବେ ବାଘମାରି ସରପଞ୍ଚ ମାନସ ରଞ୍ଜନ ବିଶ୍ଵାଳ, ସମାଜସେବୀ ପ୍ରତାପ ମହାନ୍ତି, ପ୍ରେମାନନ୍ଦ ମହାନ୍ତି , ପୂଜେଶ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ଚାରିଗୋଟି ଦଳ ଭାଗ ନେଇଛନ୍ତି । ଆଜି ପ୍ରଥମ ମ୍ୟାଚ କିଙ୍ଗ ଜଗୁଆର ଓ ରୁଥଲେସ ରନର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେତା ହେଲେ କିଙ୍ଗ ଜାଗୁଆର । ଦ୍ଵିତୀୟ ମ୍ୟାଚ୍ ଟି ଇଗଲ ଫାଇଟର୍ ଓ ଶୁଭମ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେତା ହୋଇଛନ୍ତି ଶୁଭମ ୧୧ । ଏହାପରେ ସେମି ଫାଇନାଲ ପରେ ଫାଇନାଲ ମ୍ୟାଚ ରବିବାର ଦିନ ହେବ ବୋଲି ଅନୁଷ୍ଠାନ ପକ୍ଷ ରୁ ସୂଚନା ମିଳିଛି । ଏହି ପ୍ରିମିଅର ଲିଗ୍ କୁ ଅମ୍ପେୟର ଭାବେ ଯୋଗଦେବା ସହ ପରିଚାଳନା କରିଛନ୍ତି ଅକ୍ଷୟ ପ୍ରଧାନ ଓ ରମେଶ ସେଠୀ।
