April 27, 2026

ମୋହନା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ୨୭ତମ ପ୍ରତିଷ୍ଠା ଦିବସ ପାଳନ …

jgyutu
Share


ଗଜପତି ଜିଲ୍ଲାରେ ଦୁଇଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ରହିଛି। ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଓ ଡ. ତିରୁପତି ପାଣିଗ୍ରାହୀ ପ୍ରମୁଖ ଜିଲ୍ଲା ବିଜେଡି ନେତା ଓ କର୍ମୀଙ୍କ ଉପସ୍ଥିତ ରେ ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ଥିବା ସହ ପର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ ଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ନେତୃତ୍ୱରେ ବ୍ଲକ ସଭାପତି ତଥା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସୁ-ପରିଚାଳନାରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗଡ, ଆର. ଉଦୟଗିରି, ମୋହନା ଓ ରାୟଗଡ଼ ବ୍ଲକର ହଜାର ହଜାର କର୍ମୀ, ନେତା ଓ ଦାୟିତ୍ଵରେ ଥିବା ଯୁବ, ମହିଳା, ଛାତ୍ର ସଂଗଠନ ସହ ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ, ୱାର୍ଡ ମେମ୍ବର ସହ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ପ୍ରମୁଖ ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ। ୨୭ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାର ପୂର୍ବ ଦିନ ମାନଙ୍କରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପ୍ରାମାଣିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରତିଷ୍ଠା ଦିବସରେ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଭୀମ ପାଇକ, ଲକ୍ଷ୍ମୀଧର ଶବର, ପୂର୍ଣାବାସି ନାୟକ, ନର୍ମଦା ଦଳାଇ, ଦଣ୍ଡାସି ସାହୁ, ହଡିଆ କନ୍ଧ, ଝୁମୁରି ବୀର, ଜେମ୍ସ ରାଇକା, ଚନ୍ଦ୍ର କୁମାର ମଲ୍ଲିକ, ସୁନିଲ ବିଷୋୟୀ ଙ୍କ ସମେତ ବିଭିନ୍ନ ଧାର୍ମିକ ସଂଗଠନ ନେତା ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।