April 27, 2026

ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କର ଜନ୍ମ ଜୟନ୍ତୀ ପାଳନ…

oioii
Share

ବୋଲଗଡ଼,ବୋଲଗଡ଼ ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ରଘୁନାଥ ଷଡଙ୍ଗୀଙ୍କ ଅଧ୍ଯକ୍ଷତା ଭାରତର ପୂର୍ବଚନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ବାଜପେୟୀ କଖ୍ଯ” ଉଦଘାଟିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ଐତିହାସିକ ରବିନ୍ଦ୍ର କୁମାର ପରିଡା, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ, କବୟିତ୍ରୀ ତଥା ଲେଖିକା ସେବତୀ ପରିଡା, ବୋଲଗଡ଼ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସଂପାଦକ ବାଲ୍ମୀକି ବଳିୟାର ସଂହ ଅତିଥି ଭାବେ ଯୋଗଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ବିଜେପି ସଂପାଦକ ଇଂ କର୍ପୁର ସାହୁ ମଂଚ ପରିଚାଳନା କରିଥିବା ବେଳେ ବୋଲଗଡ଼ ମଣ୍ଡଳ ସାଧାରଣ ସଂପାଦକ ଆର୍ତ୍ତବନ୍ଧୁ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।