ସର୍ଗିଫୁଲ୍ ଗୁଣପୁର ଆଇଟିଡିଏ ଜୋନ୍ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
**ଗୁଣପୁର, ୨୬/୧୧ :*-(ସୁରେନ୍ଦ୍ର ମହାନ୍ତି )ଆଜି ସନ୍ଧ୍ୟା ୫ଟା ସମୟରେ ପ୍ରକଳ୍ପ ପ୍ରଶାସକ, ଗୁଣପୁର ଶ୍ରୀ ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ରାୟଗଡ଼ ଜିଲ୍ଲାର ଜିଲ୍ଲାସ୍ତରୀୟ ସର୍ଗିଫୁଲ୍ ଗୁଣପୁର ଆଇଟିଡିଏ ଜୋନ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପ ପ୍ରଶାସକ ସମସ୍ତ ୧୭ଟି କମିଟିର ସଦସ୍ୟଙ୍କ ସହ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ତ କାମକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥି ସହ ସମସ୍ତ କମିଟି ନିଜ ନିଜର ଦାୟିତ୍ୱକୁ ଠିକ୍ ଭାବେ ଓ ନିର୍ଭୁଲ୍ ଭାବେ ତୁଲାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଗୁଣପୁର ଏବଂ ପଦ୍ମପୁରର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଯୋଗ ଦେଇଥିଲେ।
