November 27, 2026

ବିଜେପିରେ ସାମିଲ ହେଲେ କଣ୍ଟିପାଳ ସରପଞ୍ଚ ସୁକାନ୍ତି ବେହେରା

IMG-20261126-WA0126
Share

ହାଟଡିହି ତା ୨୬/୧୧(ମନମୋହନ ନାୟକ) : ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେପି ନିଜର ସାଂଗଠନିକ ଶକ୍ତି ବୃଦ୍ଧି କରିବା ସହିତ ଦଳକୁ ମଜବୁଦ କରିବାରେ ଲାଗିଛି। ହାଟଡିହିସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବରେ କଣ୍ଟିପାଳ ପଞ୍ଚାୟତର ସରପଞ୍ଚ ସୁକାନ୍ତି ବେହେରା ନିଜ ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ନେତା ଆଲୋକ ସେଠୀ, ଟୁକୁନା ମହାନ୍ତ, ମଣ୍ଡଳ ସଭାପତି ତପନ ପାତ୍ର ଓ ସମ୍ପାଦକ ଶରତ ନାୟକ ପ୍ରମୁଖ ଉପସ୍ଥିତ ରହି ନବାଗତମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ସରପଞ୍ଚ ସୁକାନ୍ତି ବେହେରାଙ୍କ ସମେତ ପ୍ରଶାନ୍ତ ବେହେରା, ହରିହର ବେହେରା, ଗାଲେଖ ରଣା, ଗୌରାଙ୍ଗ ଜେନା ପ୍ରମୁଖ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଏହି ଯୋଗଦାନ ଫଳରେ କଣ୍ଟିପାଳ ପଞ୍ଚାୟତରେ ବିଜେପିର ସାଂଗଠନିକ ସ୍ଥିତି ଆହୁରି ମଜଭୁତ ହେବ ବୋଲି ଦଳୀୟ ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି।