June 21, 2026

 ରକ୍ତ ଅଭାବକୁ ଦେଖି ଝିଅର ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜନ କରି ଉଦାହରଣ ସୃଷ୍ଟି କଲେ ବିଜୁ ଯୁବ ଜନତା ଦଳ କର୍ମୀ

IMG-20241126-WA0000
Share

 

ସମ୍ବଲପୁର:ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ବୁଲୁ ନାୟକଙ୍କ ଝିଅ ରିଆର ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ମାଷ୍ଟରପଡା ଶକ୍ତି ମନ୍ଦିରଠାରେ ସୋମବାର ଆୟୋଜିତ ହୋଇଥିଲା । ଏହି ସାନ୍ଧ୍ୟକାଳୀନ ଶିବିରରେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ସଂଯୋଜନା କରିଥିବା ବେଳେ ଅତିଥି ଭାବରେ ସମାଜସେବୀ କବିତା ପୁରୋହିତ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବିଶିକେଶନ ଓରାମ, ହିମାଂଶୁ ଶେଖର୍ ଚୌବେ, ଜୟପ୍ରକାଶ ମିରିଗ୍, ରଞ୍ଜିତ ଓରାମ, ସୁରେଶ ଓରାମ, ଭିକ୍କି ଦୀପ୍, ବିଜୟ ବାରିକ୍, ନିହାର ମୁଦୁଲି, ଟିକିନା ସେଠୀ, ଆଶିଷ୍ ବେହେରା ପ୍ରମୁଖ ଶିବିରରେ ସହଯୋଗ କରିଥିଲେ । ବୁର୍ଲା ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଡିକେଶ ପଟେଲ୍, ଟେକନିସିଆନ୍ ଦେବାଶିଷ ମିଶ୍ର, କାଉନସେଲର୍ ମଣ୍ଟୁ ପ୍ରଧାନ, ପାଇନୁ ଭୋଇ, ଜନକ ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।