August 26, 2026

ମିଟୁଦାସ ଙ୍କୁ ସାତ ସପନ ହେଲା ଆବାସ ଯୋଜନାରେ ଘର ?

IMG-20231126-WA0034
Share

ମିଟୁଦାସ ଙ୍କୁ ସାତ ସପନ ହେଲା ଆବାସ ଯୋଜନାରେ ଘର ?
+++++++++++++++++++++++ ତିର୍ତ୍ତୋଲ –:ସରକାରୀ ଆବାସ ଯୋଜନାରେ ସବୁଲୋକମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ମାଳ ମାଳ ଯୋଜନା ଚାଲିଥିଲା ବେଳେ, ଏଥିରୁ ବାଦପଡିଛନ୍ତି ୫୪ ବର୍ଷୀୟ ମିଟୁ ଦାସ । ପଞ୍ଚାୟତ ଅଫିସ୍ ରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନକେଦମ୍ ହେଲେଣି , ଅଜି ପର୍ଯ୍ୟନ୍ତ ତାଙ୍କୁ ଯୋଗ୍ୟ ବିବେଚିତ କରାଯାଇ ନାହିଁ। ହେଲେ, ସରକାରୀ ଚାକିରୀ ଥିବା ଲୋକଙ୍କ ଠାରୁ ଆରମ୍ଭ କରି ବହୁ ଥିଲା ବାଲା ଲୋକଙ୍କୁ ଏକାଧିକ ଘର ଯୋଗାଇ ଦିଆଯାଉଥିବା ବେଳେ, ମିଟୁ ଦାସ ଏଥିରୁ କଣ ପାଇଁ ବାଦ ଦିଆ ଯାଇଛି ତାହା ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦାଇତ୍ୱ ହୀନତା କୁ ସ୍ପଷ୍ଟ କରୁଅଛି । ଏହି ଅଭାବନୀୟ ଘଟଣା ଟି ଘଟିଛି , ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧିନ, କନକପୁର ଗ୍ରାମ ପଞ୍ଚାୟତ ର ରାଜସ୍ବ ଗ୍ରାମ ତରାପୁର (ଛତ୍ରମଠ) ଗ୍ରାମରେ ।ସ୍ତ୍ରୀ ହରପ୍ରିୟା , ପୁଅ ମିହିର , ଝିଅ ପ୍ରିୟଙ୍କା କୁ ନେଇ ଚାରି ପ୍ରାଣୀ ଙ୍କୁ ନେଇ ମିଟୁ ଦାସ ଜଣେ ଦିନ ମଜୁରୀଆ ପ୍ରତିମାସରେ ରେଶନ୍ କାର୍ଡ ରେ ମାତ୍ର ୨୦ କିଲୋ ଚାଉଳ ପାଇଥାଏ । ଜମିବାଡ଼ି ମଧ୍ୟ ସେମିତି କିଛି ନାହିଁ।ବିଚରା ଏଇ ଭଙ୍ଗା କୁଡିଆ ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ିରହିଛି । ତଥାପି ସରକାର ଙ୍କ ତରଫରୁ ତାକୁ ପ୍ରକୃତ ଯୋଗ୍ୟ ବିବେଚିତ କରାଯାଇ, ସରକାରୀ ଆବାସ ଯୋଜନା ରେ ଘରଟିଏ ନିଶ୍ଚୟ ମିଳିବ ବୋଲି ଆଶା ବିଶ୍ୱାସ ଓ ଭରସା ରଖିଛି। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନ କେବେ ଏହି ଗରିବ ମିଟୁ ଦାସ କୁ ଯୋଗ୍ୟ ହିତାଧିକାରୀ ଭାବେ ଯୋଗାଉଛନ୍ତି ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ?

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed