March 13, 2026

ପିପୁଲ୍ସ କଲେଜରେ ୭୫ତମ ଏନସିସି ଦିବସ ପାଳିତ

IMG-20231126-WA0024
Share

ପିପୁଲ୍ସ କଲେଜରେ ୭୫ତମ ଏନସିସି ଦିବସ ପାଳିତ
ବୁଗୁଡ଼ା : ତା ୨୬/୧୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଏନସିସି ଓ୍ବିଙ୍ଗ୍ ପକ୍ଷରୁ ୭୫ତମ ଏନସିସି ଦିବସ ପାଳିତ ହୋଇଯାଇଛି । କଲେଜର ଏନସିସି ଆର୍ମି ଓ୍ବିଙ୍ଗ୍ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଏନସିସି ପତାକା ଉତ୍ତୋଳନ ସାଙ୍ଗକୁ କ୍ଯାଡେଟମାନଙ୍କ ପ୍ଯାରେଡ୍ ଅଭିବାଦନ ଗ୍ରହଣ କରିଥିଲା ବେଳେ ସ୍ଥାନୀୟ ଅବସରପ୍ରାପ୍ତ ସେନା ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ସେବା ନିବୃତ୍ତ ସେନାଗଣ ମଧ୍ୟ ଉପସ୍ଥିତ ରହିଥିଲେ । ଏଥି ସହ କଲେଜ ସମ୍ମିଳନୀ କକ୍ଷରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକାର୍ଯ୍ଯରେ ଅତିଥି ଭାବେ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ କ୍ଯାଡେଟମାନଙ୍କୁ ଅଧ୍ଯୟନରେ ମନୋନିବେଶ ସହ ସେବାକାର୍ଯ୍ୟରେ ନିୟୋଜିତ ରହିବା ନିମନ୍ତେ ମାର୍ଗ ଦର୍ଶନ କରିବା ସାଙ୍ଗକୁ ଏନସିସି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ । ଉକ୍ତ ସଭାକାର୍ଯ୍ଯରେ କ୍ଯାଡେଟଙ୍କ ସମେତ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ରହିଥିବା ବେଳେ ଏ ଅବସରରେ ଉଲ୍ଲେଖନୀୟ ସେବାକାର୍ଯ୍ୟ ପାଇଁ ଜୁନିୟର ଅଣ୍ଡର ଅଫିସର ମୋନାଲିସା ଜେନା ଏବଂ ନେସନାଲ୍ କ୍ଯାମ୍ପରେ ଯୋଗଦାନ କରିଥିବା କ୍ଯାଡେଟ୍ ଦୀପକ କୁମାର ବିଷୋୟୀ ଓ ନିତ୍ଯାନନ୍ଦ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ କ୍ଯାଡେଟମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।