July 6, 2024

ପିପୁଲ୍ଲ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ

Share

ପିପୁଲ୍ଲ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ
ବୁଗୁଡ଼ା : ୨୬/୧୧/୨୩ : ସ୍ନାନୀୟ ପିପୁଲ୍ଲ କଲେଜର
ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ
ଦିବସ ପାଳନ ସହ ଏକ ଆଲୋଚନା ଚକ୍ର ମଧ୍ୟ
ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ
ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ
ଅତିଥ ଭାବେ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଅକ୍ଷୟ କୁମାର ସାହୁ ଓ ଅଧ୍ୟାପକ ଲୋକନାଥ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଅବଗତ କରାଇଥିଲେ । ଏ ଅବସରରେ ବିଭାଗୀୟ ଅଧ୍ୟାପକ ବିନୋଦ କୁମାର କର ସମ୍ବିଧାନର ପ୍ରସ୍ତାବନାଟିକୁ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଏଥି ସହ ସମ୍ବିଧାନ ପ୍ରଣୟନର ଉପାଦେୟତା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା ଏବଂ ଆଲୋଚନା ଚକ୍ରର ଶୀର୍ଷକ “ସମ୍ବିଧାନ ଓ ଭାରତରେ ରାଜ୍ୟପାଳଙ୍କ ଭୂମିକାର ବ୍ଯବସ୍ଥା” ରହିଥିବା ବେଳେ ଛାତ୍ର ମଙ୍ଗୁଳୁ ସାହୁ ଓ ଶିବରାମ ସାହୁ ସନ୍ଧର୍ଭ ପାଠ କରିଥିଲେ ।

You may have missed