July 6, 2024

ନବରଙ୍ଗପୁର ଜିଲ୍ଲା ରେ ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ।

Share

ନବରଙ୍ଗପୁର ଜିଲ୍ଲା ରେ ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ।

ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ନବରଙ୍ଗପୁର, ୨୬/୧୧ ସମ୍ବିଧାନ ଦିବସ (Constitution Day)2023 ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ଶ୍ରୀମତୀ ପ୍ରଣତୀ ସାହା ଯୋଗଦେଇ ସମସ୍ତଙ୍କୁ ସମ୍ଭିଧାନ ର ମୁଖବନ୍ଧ ପାଠ କରାଇଥିଲେ ଓ ଭାରତର ନାଗରିକଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ ଏବଂ ଆଇନଜୀବି ମାନେ ଲୋକଙ୍କ ଅସୁବିଧା କୁ ନ୍ୟାୟପାଳିକାଙ୍କ ଦ୍ରୁଷ୍ଟି ଆକର୍ଷଣ କରି ତାର ସମାଧାନ କରିବା ପାଇଁ ଶ୍ରୀମତୀ ସାହା ପରାମର୍ଶ ଦେଇଥିଲେ ।ଲୋକଙ୍କର ସମସ୍ୟା ର ସରଳ ସମାଧାନ ହୋଇପାରିଲେ ସମ୍ବିଧାନ ଦିବସ ପାଳନ ସଫଳ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀମତୀ ସାହା
ମତବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରି ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀଯୁକ୍ତ ରାଜୀବ ଲୋଚନ ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ Adv Narasingha Nath Tripathy ଏବଂ ବହୁ ଆଇନଜୀବି ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସଚିବ ଶ୍ରୀଯୁକ୍ତ ଜନକ ରାଉତ ଶିବିର ପରିଚାଳନା କରିଥିଲେ।

You may have missed