June 13, 2026

ଏକ ମାସରୁ ଅଧିକ ଦିନ ବିଦ୍ୟୁତ ସେବାରୁ ବଞ୍ଚିତ ଗାଦିଲା ବାଡ଼ି ଗ୍ରାମବାସୀ

IMG-20251026-WA0015
Share

କୋରାପୁଟ ଜିଲ୍ଲାର ଜୟପୁର ବ୍ଳକ ଅନ୍ତର୍ଗତ ବାରିଣୀପୁଟ ଗ୍ରାମପଞ୍ଚାୟତର ଗାଦିଲାବାଡ଼ି ଗ୍ରାମବାସୀ ଟାଟା ପାୱାର ଓ ଓଡ଼ିଶା ଏକ ଯୌଥ ଉଦ୍ୟୋଗର କର୍ମଚ଼ାରୀଙ୍କ କାର୍ଯ୍ୟକାରିତାରେ ଅବହେଳା ସମ୍ପର୍କରେ ଆଜି ଜୟପୁର ବିଦ୍ୟୁତ ମଣ୍ଡଳ ନିର୍ବାହି ଯନ୍ତ୍ରୀଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଦ୍ୟୁତ ବିଲ ନିୟମିତ ପୈଠ କରି ସୁଦ୍ଧା ବିଦ୍ୟୁତ ସେବା ମରାମତି ପାଇଁ ଅନ୍‌ଲାଇନରେ ଅଭିଯୋଗ ଦାଖଲ ସତ୍ବେ ଏକ ମାସରୁ ଅଧିକ ଦିନ ବିଦ୍ୟୁତ ସଂଯୋଗ ବିଛିନ୍ନ ରହିଥିବା ଯୋଗୁଁ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛୁ ବୋଲି ସ୍ଥାନୀୟ ଆଜାଦ ଯୁବକ ସଂଘର. ସାଧାରଣ ସମ୍ପାଦକ ଜୀତେନ୍ଦ୍ର ନାୟକ, ଈଶ୍ୱର ମହନ୍ତ ଙ୍କ ସମେତ ଗ୍ରାମର ମହିଳା ପୁରୁଷ ମିଶି ଜୟପୁର ବିଦ୍ୟୁତ ମଣ୍ଡଳ ନିର୍ବାହି ଯନ୍ତ୍ରୀ ବରୁଣ ଚୈଧୁରୀଙ୍କୁ ଭେଟିଥିଲେ,ଏହାର କାର୍ଯ୍ୟନୁଷ୍ଠାନରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉକ୍ତ ଅଞ୍ଚଳର ଦାୟୀତ୍ୟରେ ଥିବା କର୍ମଚାରୀଙ୍କ କର୍ତ୍ତବ୍ୟ ଅବହେଳା କରିଥିବା ଉପରେ ତାଗିଦ୍ କରି ଗାଦଲାବାଡ଼ି ଗ୍ରାମରେ ବିଦ୍ୟୁତ ସେବା ତୁରନ୍ତୁ ମରାମତି କରି ଯୋଗାଇବାକୁ ନିର୍ଦ୍ଧେଷ ଦେଇଥିଲେ । କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed